ଭାରତ ବିଶ୍ବର ଦ୍ବିତୀୟ ଚିନି ରପ୍ତାନିକାରୀ ଦେଶ

ନୂଆଦିଲ୍ଲୀ: ୨୦୨୧ -୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫,୦୦୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲ୍‌ଏମ୍‌ଟି ଆଖୁକୁ ଚିନି (ସୁକ୍ରୋଜ) ମିଲ୍ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲ୍‌ଏମ୍‌ଟି ଚିନି ଉତ୍ପାଦନ କରାଯାଇଛି । ଏହା ସହିତ, ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ ଉତ୍ପାଦକ ଏବଂ ଉପଭୋକ୍ତା ହେବା ସହିତ ବିଶ୍ୱର ଦି୍ୱତୀୟ ସବୁଠାରୁ ବଡ ଚିନି ରପ୍ତାନିକାରୀ ଦେଶ ଭାବେ ମୁଣ୍ଡ ଟେକିଛି ।

ଏହି ଋତୁ ଭାରତୀୟ ଚିନି କ୍ଷେତ୍ର ନିମନ୍ତେ ୱାଟରସେଡ୍ (ଜଳଚ୍ଛାୟା) ଋତୁ ସାବ୍ୟସ୍ତ ହୋଇଛି । ଏହ ଋତୁରେ ଆଖୁ ଉତ୍ପାଦନ, ଚିନି ଉତ୍ପାଦନ, ଚିନି ରପ୍ତାନି, ଆଖୁ କ୍ରୟ, ଆଖୁ ନିମନ୍ତେ ବାକି ରହିଥିବା ଅର୍ଥ ପ୍ରଦାନ ଏବଂ ଇଥାନଲ୍ ଉତ୍ପାଦନର ସମସ୍ତ ରେକର୍ଡ ସୃଷ୍ଟି ହୋଇଛି ।

ଋତୁର ଆଉ ଏକ ଚମତ୍କାର ଆକର୍ଷଣ ହେଉଛି, ପ୍ରାୟ ୧୦୯.୮ ଏଲ୍‌ଏମ୍‌ଟିର ଉଚ୍ଚତମ ରପ୍ତାନି, ଯାହା ମଧ୍ୟ ବିନା କୌଣସି ଆର୍ଥିକ ସହାୟତାରେ ହୋଇ ପାରିଛି, ଯାହାକୁ ୨୦୨୦ – ୨୧ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା । ସହାୟକ ଅନ୍ତର୍ଜାତୀୟ ମୂଲ୍ୟ ଏବଂ ଭାରତ ସରକାରଙ୍କର ନୀତି ଭାରତୀୟ ଚିନି ଉଦ୍ୟୋଗର ଏହି ଉପଲବ୍ଧିକୁ ସୃଷ୍ଟି କରିଛି । ଏହି ସବୁ ରପ୍ତାନି ଗୁଡିକ ଯୋଗୁଁ ଦେଶ ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କା ଉପାର୍ଜନ ହୋଇ ପାରିଛି ।

Related Articles

Back to top button