ଇରାନ ନୌକାରୁ ୨୦୦ କେଜି ହେରୋଇନ ଜବତ, ୬ ଗିରଫ

ନୂଆଦିଲ୍ଲୀ: ଭାରତୀୟ ନୌସେନାର ସହୟତାରେ ଏକ ମିଳିତ ଅଭିଯାନରେ କୋଚି ଉପକୂଳରୁ ଇରାନର ଏକ ନୌକାରୁ ୨୦୦ କେଜି ସନ୍ଦିଗ୍ଧ ହେରୋଇନ ଜବତ କରାଯାଇଛି । ଏନସିବି ଅନୁସାରେ ନୌକାରେ ଥିବା ୬ ଜଣ ସଦସ୍ୟଙ୍କୁ ହେପାଜତକୁ ନିଆଯାଇଛି ।

ଅନ୍ୟପଟେ ମୁମ୍ୱାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ୮୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଉଚ୍ଚ ମାନର ୧୬ କେଜି ହେରୋଇନ ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଡିଆରଆଇ ମୁମ୍ୱାଇ ଅନୁସାରେ ଡ୍ରଗ୍ସ ଚାଲାଣ ପାଇଁ ଟ୍ରଲି ବ୍ୟାଗରେ ଏକ ମିଛ କ୍ୟାବିଟି କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇ ମାମଲାର ଅଧିକ ତଦନ୍ତ କରାଯାଉଛି।

ଡିଆରଆଇ ଅଧିକାରୀଙ୍କ ଅନୁସାରେ, ଡ୍ରଗ୍ସ ଗୁଡିକୁ ଏକ ଟ୍ରଲି ବ୍ୟାଗରେ ଲୁଚାଇ ଚାଲାଣ କରାଯାଉଥିଲା। ଏହି ମାମଲାରେ ଅଭିଯୁକ୍ତ ବିରୋଧରେ ଏନଡିପିଏସ ମାମଲାରେ ମାମଲା ରୁଜୁ କରାଯାଇଛି । ଗିରଫ ବ୍ୟକ୍ତି କେରଳ ହୋଇଥିବା ଜଣାପଡିଛି ।

Related Articles

Back to top button