ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଅପରାଜିତା ଷଡଙ୍ଗୀ

ଆରଡି: ଭାଜପା ପ୍ରବକ୍ତା ତଥା ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡଙ୍ଗୀ ଶୁକ୍ରବାର ଭଦ୍ରକ ଜିଲାର ଶୈବପୀଠ ଆରଡିରେ ପହଞ୍ଚିଛନ୍ତି। ଶହଶହ ଭାଜପା କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ସେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ପୀଠରେ ଥିବା ନୂତନ ଅତିଥି ଭବନରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି। ତେବେ ଖବରଦାତା ସମ୍ମିଳନୀରେ ପୀଠର ଉନ୍ନତିମୂଳକ କାର୍ଯ୍ୟରେ ସରକାରଙ୍କ ସହଯୋଗକୁ ଧନ୍ୟବାଦ ଜଣାଇଥିଲେ। ଏହାସହ ପୀଠ ସମ୍ପ୍ରସାରଣ କାର୍ଯ୍ୟରେ ଯେଉଁ ବ୍ୟକ୍ତିମାନଙ୍କ ଘର, ଜମି ଉଚ୍ଛେଦ ହେବ ସେମାନଙ୍କୁ ଥଇଥାନ କରାଇବା ପାଇଁ ଅନ୍ୟତ୍ର ଜାଗା ଯୋଗାଇବା ସହ ଆବଶ୍ୟକ ଅର୍ଥରାଶି ଯୋଗାଇ ଦେବାକୁ ଅପରାଜିତା ରାଜ୍ୟ ସରକାରଙ୍କୁ ନିବେଦବ କରିଛନ୍ତି ।

Related Articles

Back to top button