ମୋହାଲି ବିସ୍ଫୋରଣ ଘଟଣା: ଫେରାର ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସ, ଟାର୍ଗେଟରେ ଥିଲେ ସଲମାନ୍‌ ଖାନ୍‌

ନୂଆଦିଲ୍ଲୀ: ପଞ୍ଜାବ ପୋଲିସ ଗୁଇନ୍ଦା ମୁଖ୍ୟାଳୟରେ ବିସ୍ଫୋରଣ ଘଟଣା । ଫେରାର ଅଭିଯୁକ୍ତ ଉତ୍ତରପ୍ରଦେଶରୁ ଗିରଫ । ଫେରାର ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ । ଏହି ଅଭିଯୁକ୍ତ ଜଣକ ୟୁପିରେ ରହୁଥିବା ବେଳେ ଆତଙ୍କବାଦୀଙ୍କ ସହଯୋଗୀ ଥିଲା । ଗିରଫ ଅଭିଯୁକ୍ତ ଜଣକ ବିଷ୍ଣୋଇ ଗ୍ୟାଙ୍ଗ ସହ ମିଶି ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗତ ମେ ୯ ତାରିଖରେ ପଞ୍ଜାବ ମୋହାଲି ସ୍ଥିତ ରାଜ୍ୟ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ଦ୍ବାରା ଆକ୍ରମଣ ଘଟଣା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଘଟଣାର ଫେରାର ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅର୍ଶଦୀପ ସିଂ ବୋଲି ଜଣାପଡ଼ିଛି । ଆଉ ଜଣେ ଅଭିଯୁକ୍ତ ନାବାଳକ ଥିବା ଜଣାପଡ଼ିଛି । ସ୍ବତନ୍ତ୍ର ପୋଲିସ କମିଶନର ହରଗୋବିନ୍ଦ ସିଂ ଧାଲିୱାଲଙ୍କ କହିବାନୁସାରେ ମୋହାଲି ବିସ୍ଫୋରଣର ୨ଦିନ ମଧ୍ୟରେ ଫରିଦଫୋଟ ଅଧିବାସୀ ନିଶାନ ସିଂ ନାମକ ବ୍ୟକ୍ତିକୁ ଗିରଫ କରିଥିଲା । ଏହାପରେ ନିଶାନର ଶାଳକ ସୋନୁକୁ ମଧ୍ୟ ଉକ୍ତ ସ୍ଥାନରୁ ଗିରଫ କରାଯାଇଥିଲା । ନିଶାନ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ ଯୋଗାଇଥିଲା ଏଥିରେ ସୋନୁ ମଧ୍ୟ ସାମିଲ ରହିଥିଲା । ନିଶାନକୁ ପଚରା ଉଚୁରା କରିବା ସମୟରେ କହିଥିଲା ଯେ ରକେଟ ଚାଳିତ ଗ୍ରେନେଡ ତରନତାରନ ଓ ଅମୃତସର ମଧ୍ୟରେ ୩ ଜଣ ଲୋକ ତାକୁ ଦେଇଥିଲେ । ମାତ୍ର ସେହି ୩ଜଣ କିଏ ଥିଲେ ସେ ସମ୍ପର୍କରେ ନିଶାନକୁ ଜଣାନଥିଲା ।

ସୂଚନା ଅନୁସାରେ, ଗତ ମେ ୯ ତାରିଖରେ ପଞ୍ଜାବ ମୋହାଲି ସ୍ଥିତ ରାଜ୍ୟ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ଦ୍ବାରା ଆକ୍ରମଣ ଘଟଣା  । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଘଟଣାର ଫେରାର ଅଭିଯୁକ୍ତକୁ ଉତ୍ତରପ୍ରଦେଶରୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅର୍ଶଦୀପ ସିଂ ବୋଲି ଜଣାପଡ଼ିଛି । ଆଉ ଜଣେ ଅଭିଯୁକ୍ତ ନାବାଳକ ଥିବା ଜଣାପଡ଼ିଛି । ସ୍ବତନ୍ତ୍ର ପୋଲିସ କମିଶନର ହରଗୋବିନ୍ଦ ସିଂ ଧାଲିୱାଲଙ୍କ କହିବାନୁସାରେ ମୋହାଲି ବିସ୍ଫୋରଣର ୨ଦିନ ମଧ୍ୟରେ ଫରିଦଫୋଟ ଅଧିବାସୀ ନିଶାନ ସିଂ ନାମକ ବ୍ୟକ୍ତିକୁ ଗିରଫ କରିଥିଲା । ଏହାପରେ ନିଶାନର ଶାଳକ ସୋନୁକୁ ମଧ୍ୟ ଉକ୍ତ ସ୍ଥାନରୁ ଗିରଫ କରାଯାଇଥିଲା । ନିଶାନ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ ଯୋଗାଇଥିଲା ଏଥିରେ ସୋନୁ ମଧ୍ୟ ସାମିଲ ରହିଥିଲା । ନିଶାନକୁ ପଚରା ଉଚୁରା କରିବା ସମୟରେ କହିଥିଲା ଯେ ରକେଟ ଚାଳିତ ଗ୍ରେନେଡ (RPG) ତରନତାରନ ଓ ଅମୃତସର ମଧ୍ୟରେ ୩ ଜଣ ଲୋକ ତାକୁ ଦେଇଥିଲେ । ମାତ୍ର ସେହି ୩ଜଣ କିଏ ଥିଲେ ସେ ସମ୍ପର୍କରେ ନିଶାନକୁ ଜଣାନଥିଲା ।

Related Articles

Back to top button