ଶ୍ରୀମନ୍ଦିର ଭିତରେ ୧୩ ବର୍ଷର ନାବଳକକୁ ଯୌନ ନିର୍ଯାତନା ଅଭିଯୋଗ: ଯାତ୍ରୀ ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ପୁରୀ: ଶ୍ରୀକ୍ଷେତ୍ରରେ ଲଜ୍ଜାଜନକ ଘଟଣା । ପୁଣ୍ୟଭୂମୀ ଶ୍ରୀମନ୍ଦିର ପରିସରରେ ନାବାଳକୁ ଯୌନ ଶୋଷଣ ଅଭିଯୋଗ। ଜଣେ ୧୩ ବର୍ଷର ନାବାଳକୁ ମନ୍ଦିର ଭିତରେ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଯାତ୍ରୀ ଗୁମାସ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅମାନବୀୟ କାଣ୍ଡ ଭିଆଇ ଥିବା ଯାତ୍ରୀ ଗୁମାସ୍ତା ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର ।

ପୋଲିସର କହିବା ଅନୁସାରେ, ଜଣେ ୧୩ ବର୍ଷର ନାବାଳକ ଶ୍ରୀମନ୍ଦିର ଭିତରେ ଥିବା ପଣ୍ଡା ନିଯୋଗରେ ବେଦ ଶିକ୍ଷା ନେଉଥିଲେ । ଯାତ୍ରୀ ଗୁମାସ୍ତା ଜଣକ ନାବାଳକକୁ ଯୌନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତ ଯାତ୍ରୀ ଗୁମାସ୍ତା ଜଣକ ହେଲେ ହରଚଣ୍ଡି ସାହିର ସୁଦର୍ଶନ ମିଶ୍ର । ଅଭିଯୁକ୍ତ ଜଣକ ଉକ୍ତ ନାବାଳକକୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲେ । ଗତ ୪ ତାରିଖ ଦିନ ୧ଟା ସମୟରେ ଅଭିଯୁକ୍ତ ସୁଦର୍ଶନ ଉକ୍ତ ନାବାଳକକୁ ଯୌନ ନିର୍ଯ୍ୟତନା ଦେବା ପାଇଁ ଉଦ୍ୟମ କରୁଥିବା ବେଳେ କୌଶଳ କ୍ରମେ ଉକ୍ତ ନାବାଳକଟି ଖସି ଆସିଥିଲା । ପରେ ଏ ନେଇ ସିଂହଦ୍ଵାର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଯୌନ ନିର୍ଯାତନା ଦେଇ ଥିବା ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ସୁଦର୍ଶନ ମିଶ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଶ୍ରୀମନ୍ଦିର ଭିତରେ ନାବାଳକକୁ ଯୌନ ନିର୍ଯାତନା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଏହା ଶ୍ରୀମନ୍ଦିରରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗତ ଡିସେମ୍ବର ୧୦ ତାରିଖରେ ଜଣେ ବରିଷ୍ଠ ସେବାୟତ ଏକ ନାବଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ସେବାୟତ ଲକ୍ଷ୍ମୀ ନାରାୟଣ ଖୁଣ୍ଟିଆଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ବିରୋଧରେ IPCର ଦଫା ୨୯୪/୩୭୭/୫୦୬/୬ ଲାଗିଥିବା ବେଳେ ପୋକ୍ସୋ ଆକ୍ଟରେ ସେ ଗିରଫ ହୋଇଥିଲେ । ନାବାଳକକୁ ବରିଷ୍ଠ ସେବାୟତ ଜଣକ ଏଭଳି ଯୌନ ନିର୍ଯାତନା ଦେଇ ଆସୁଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ସେ ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ।

Related Articles

Back to top button