ଲାଲୁଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

ପାଟନା: ଆରଜେଡ଼ି ସୁପ୍ରିମୋ ତଥା ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ । ଚାକିରି ବଦଳରେ ଜମି ନେଉଥିବା ଘୋଟାଲାରେ ତାଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି । ରାବଡି ଦେବୀଙ୍କ ସମେତ ୧୪ ଲୋକଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।

ରେଳମନ୍ତ୍ରୀ ଥିବା ବେଳେ ଏହି ଘୋଟାଲା କରିଥିବା ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଚାକିରି ପାଇବା ବଦଳରେ ଜମି ଓ ପ୍ଲଟ ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ ପରେ ସିବିଆଇ ଲାଲୁ ଏବଂ ତାଙ୍କ ଝିଅଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଲାଲୁ ଯାଦବଙ୍କ ବ୍ୟତୀତ ତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି । ଲାଲୁ ୨୦୦୪ରୁ ୨୦୦୯ ମଧ୍ୟରେ ରେଳମନ୍ତ୍ରୀ ଥିଲେ । ଏହି ମାମଲାରେ ଲାଲୁଙ୍କ ବାସଭବନରେ ଛାପାମାରୀ ହୋଇଥିଲା । ଏହାସହିତ ତାଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା ।

ଚାକିରି ବଦଳରେ ଜମି ଦୁର୍ନୀତିରେ ପୂର୍ବତନ ଆରଜେଡି ବିଧାୟକ ଭୋଲା ଯାଦବଙ୍କୁ ଗିରଫ କରାଯାଇଥିଲା । ତେବେ ପରେ ସେ ଦିଲ୍ଲୀ କୋର୍ଟରୁ ଜାମିନ ପାଇଥିଲେ । CBI ତାଙ୍କୁ ଗିରଫ କରିଥିଲା । ଭୋଲା ଯାଦବ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲାଲୁ ପ୍ରସାଦ ଯାଦବଙ୍କ ସ୍ପେଶାଲ ଅଫିସର ଡ୍ୟୁଟି (OSD)ରେ ରହିଥିଲେ। ଲାଲୁ ପ୍ରସାଦ ସେତେବେଳେ କେନ୍ଦ୍ର ରେଳମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ୟୁପିଏ ସରକାର ଏହି କେନ୍ଦ୍ରରେ ଥିଲେ ।

Related Articles

Back to top button