ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଘୁଞ୍ଚିଲା, ୧୧ ଅକ୍ଟୋବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ: କୋର୍ଟରେ ଶୁକ୍ରବାର ହେବାକୁ ଥିବା ଜ୍ଞାନବ୍ୟାପୀ ମାମଲାର ଶୁଣାଣିକୁ ୧୧ ଅକ୍ଟୋବରକୁ ଘୁଞ୍ଚାଇ ଦିଆଯାଇଛି । ଶିବଲିଙ୍ଗର କାର୍ବନ ଡେଟିଂଗର ଦାବିକୁ ନେଇ ଶୁକ୍ରବାର ଶୁଣାଣି ହେବାର ଥିଲା । ହେଲେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇଛନ୍ତି । କୋର୍ଟ ଏ ସମ୍ପର୍କରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥାଆନ୍ତେ । ସୂଚନାଯୋଗ୍ୟ, ବଜୁଖାନେରୁ ମିଳିଥିବା ଶିବଲିଙ୍ଗକୁ ନେଇ ହିନ୍ଦୁ ପକ୍ଷ ପୂଜା କରିବାକୁ ଦାବି କରିଛନ୍ତି । ଏପଟେ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ କୋର୍ଟରେ ଶୁଣାଣି ଚାଲିଛି । ଏହା ଉପରେ ଉଭୟ ପକ୍ଷର ଯୁକ୍ତି ବର୍ତ୍ତମାନ ସୁଦ୍ଧା ଶେଷ ହୋଇସାରିଛି । ଏବେ ଏହି ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି ।
ଜ୍ଞାନବ୍ୟାପୀ ମସଜିଦ ସର୍ଭେରେ ମିଳିଥିବା ଶିବଲିଙ୍ଗ ବିଷୟରେ ମୁସଲିମ ପକ୍ଷ ଏହାକୁ ଫୱାରା କହୁଥିବା ବେଳେ ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହି ପୂଜାର୍ଚ୍ଚନା କରିବାକୁ ଦାବି କରିଛନ୍ତି । ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷ ମିଳିଥିବା ଶିବଲିଙ୍ଗକୁ କାର୍ବନ ଡେଟିଂଗ କରିବାକୁ ଦାବି କରିଛନ୍ତି । କାର୍ବନ ଡେଟିଂରେ ଶିବଲିଙ୍ଗର ଆୟୁଷ ମପାଯାଇ ପାରିବ ।

Related Articles

Back to top button