ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ।

ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ହୃଦୟ ମଧ୍ୟ ଜିତିପାରିଥିଲେ। ଥ୍ରୀ ଇଡିଅଟ୍‍, ପାନିପତ, କେଦାରନାଥ, ହେ ରାମ,ପୋଲିସୱାଲା ଗୁଣ୍ଡା ଭଳି ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ କିଣିପାରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ସିନେ ଜଗତରେ ଖେଳି ଯାଇଛି ଶୋକର ଛାୟା।

Related Articles

Back to top button