ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ସ୍ତ୍ରୀ,ପଡୋଶୀଙ୍କୁ ପଚରାଉଚରା

ଭୁବନେଶ୍ୱର: ପୁରୀ ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ଖୋଡତାଳ କରୁଛି ପୋଲିସ। ଶୁକ୍ରବାର ଧର୍ମେନ୍ଦ୍ରଙ୍କ ଶିଶୁପାଳଗଡସ୍ଥିତ ଘରେ ପୋଲିସ ପହଞ୍ଚି ସ୍ତ୍ରୀ, ପରିବାର ଓ କିଛି ପଡୋଶୀଙ୍କୁ ପଚରାଉଚରା କରୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଗତ ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ କୌଣସି କାରଣ ଜଣାପଡିନଥିବା ବେଳେ ଏବେବି ରହସ୍ୟ ଲାଗିରହିଛି।

Related Articles

Back to top button