ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ପରିବର୍ତ୍ତନ କଲା ଆମେରିକା

ଓ୍ବାଶିଂଟନ: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ ମୁକ୍ତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି କହିଛନ୍ତି, ଗଞ୍ଜେଇ ପ୍ରତି ଆମର ବିଫଳ ଆଭିମୁଖ୍ୟ ଅନେକ ଲୋକଙ୍କ ଜୀବନକୁ ବାଧା ଦେଇଛି। ଆମେ ଏହି ଭୁଲଗୁଡ଼ିକୁ ସଂଶୋଧନ କରିବାର ସମୟ ଆସିଛି। ଫେଡେରାଲ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଥିବା ହଜାର ହଜାର ଲୋକଙ୍କ କ୍ଷମା କରିଦିଆଯାଇଛି। ଏହିପରି ହଜାର ହଜାର ଲୋକ ଚାକିରି, ଶିକ୍ଷା ଏବଂ ଗୃହ ଇତ୍ୟାଦିରୁ ବଞ୍ଚିତ ହୋଇଛନ୍ତି। ଏଭଳି ପରିବର୍ତ୍ତନ ଦ୍ୱାରା ସମସ୍ତେ ଭଲ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ।

Related Articles

Back to top button