ଡିସେମ୍ବରରେ ବାୟୁସେନାରେ ଭର୍ତ୍ତି ହେବେ ୩ ହଜାର ଅଗ୍ନିବୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ମାସରେ ବାୟୁସେନାରେ ପ୍ରାରମ୍ବିକ ଟ୍ରେନିଂ ପାଇଁ ସାମିଲ୍ ହେବେ ୩ ହଜାର ଅଗ୍ନିବୀର। ଭାରତୀୟ ବାୟୁସେନା ଚିଫ୍ ମାର୍ଶଲ୍‌ ବିବେକ ରାମ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ୯୦ ତମ ପ୍ରତିଷ୍ଠା ଦିବସ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଇଣ୍ଡିଆନ ଏୟାର ଫୋର୍ସ ଚିଫ୍‌ ମାର୍ଶଲ୍ ବିବେକ୍ ରାମ।

ବାୟୁସେନାରେ କ୍ୟାରିୟର ଆରମ୍ଭ କରିବା ପାଇଁ ଯେମିତି ଅଗ୍ନିବୀରମାନେ ସଠିକ ଭାବେ ଟ୍ରେନିଂ ନେଇପାରିବେ ଏଥିପାଇଁ ପ୍ରଶିକ୍ଷଣ ଶୈଳୀରେ ବି ପରିବର୍ତ୍ତନ କରାଯିବ। ତେବେ ଆସନ୍ତା ବର୍ଷମାନଙ୍କର ବାୟୁସେନାରେ ଅଗ୍ନିବୀରଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ବାୟୁସେନା ମୁଖ୍ୟ କହିଛନ୍ତି।

ବାୟୁସେନାରେ ମହିଳା ଅଗ୍ନିବୀରମାନଙ୍କୁ ସାମିଲ୍ କରିବା ପାଇଁ ଯୋଜନା ଚାଲିଛି। ଆସନ୍ତା ବର୍ଷ ଠାରୁ ଏହା କାର୍ଯ୍ୟାକାରୀ ହୋଇପାରେ। ଏଥିପାଇଁ କାମ ଆରମ୍ଭ ହୋଇଗଲାଣି ବୋଲି ବାୟୁସେନା ମୁଖ୍ୟ କହିଛନ୍ତି। କେବଳ ସେତିକି ନୁହେଁ ଆଇଏଫ୍ ଅଫିସରମାନଙ୍କ ପାଇଁ ୱେପନ୍ସ ସିଷ୍ଟମ ବ୍ରାଞ୍ଚ ନାମକ ଏକ ନୂଆ ବ୍ରାଞ୍ଚ ତିଆରି କରାଯାଇଛି। ସ୍ୱାଧିନତା ପରେ ପ୍ରଥମ ଥର ପାଇଁ ବାୟୁସେନାର ଏକ ନୂଆ ଅପରେସନାଲ ବ୍ରାଞ୍ଚ କରାଯାଇଛି ବୋଲି ବାୟୁ ସେନା ମୁଖ୍ୟ କହିଛନ୍ତି।

Related Articles

Back to top button