୪୮୦ କୋଟି ଟଙ୍କାରେ ବିକ୍ରି ହେଲା ଦୁର୍ଲଭ ଗୋଲାପି ହୀରା

ହଂକଂ: ଏକ ଦୁର୍ଲଭ ଗୋଲାପି ହୀରା ଶୁକ୍ରବାର ହଂକଂରେ ନିଲାମ ହୋଇଛି। ଏହା ପାଖାପାଖି ୪୮୦ କୋଟି ଟଙ୍କା (୫୮ ମିଲିୟନ ଡଲାର)ରେ ବିକ୍ରି ହୋଇଛି। ଏହି ଗୋଲାପି ହୀରା ନିଲାମରେ ରେକର୍ଡ ଭାଙ୍ଗି ପ୍ରତି କ୍ୟାରେଟ୍ ଉଚ୍ଚତମ ମୂଲ୍ୟର ବିଶ୍ୱ ରେକର୍ଡ କରିଛି। ଏହାକୁ ସୋଥବେ ହଂକଂ ନିଲାମ କରିଛନ୍ତି। ଏହି ହୀରାର ନାମ ୱିଲିୟମସନ୍ ପିଙ୍କ ଓ ଏହା ୧୧.୧୫ କ୍ୟାରେଟର । ୱିଲିୟମସନ ପିଙ୍କ ନିଲାମରେ ବିକ୍ରି ହେବାରେ ଦ୍ୱିତୀୟ ବଡ଼ ହୀରା ଥିଲା।

ଉଲ୍ଲେଖଯୋଗ୍ୟ ଯେ ମୂଲ୍ୟବାନ ରତ୍ନରେ ଗୋଲାପି ହୀରା ସବୁଠୁ ଦାମୀ ଓ ଦୁର୍ଲଭ। ବିଶ୍ୱ ବଜାରରେ ଏହି ହୀରାର ସବୁଠୁ ଅଧିକ ଚାହିଦା ରହିଛି। ୱିଲିୟମସନ ପିଙ୍କ ଷ୍ଟାର ଦୁଇ ଅନ୍ୟ ଗୋଲାପି ହୀରାର ନାମରେ ରଖାଯାଇଥିଲା। ଏଥିରେ ପ୍ରଥମଟି ୨୩.୬୦ କ୍ୟାରେଟ୍ ର ୱିଲିୟମସନ ହୀରା ୧୯୪୭ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ତାଙ୍କ ବିବାହ ଉପହାର ରୂପେ ମିଳିଥିଲା। ସେହିପରି ଦ୍ୱିତୀୟ ପିଙ୍କ ହୀରାଟି ୫୯.୬୦ କ୍ୟାରେଟର ହୋଇଥିବା ବେଳେ ୨୦୧୭ରେ ନିଲାମ କାଳରେ ସର୍ବାଧିକ ୭ କୋଟି ୧୨ଲକ୍ଷ ଆମେରିକୀୟ ଡଲାରରେ ବିକ୍ରି ହୋଇଥିଲା।

ରଙ୍ଗୀନ ହୀରାରେ ସବୁଠୁ ମୂଲ୍ୟବାନ ଓ ଦୁର୍ଲଭ ହୀରା ହେଉଛି ଗୋଲାପି ହୀରା। ଏହି ନିଲାମ ଅବସରରେ ସୋଥବେ ଏସିୟାଙ୍କ ଆଭୂଷଣ ଓ ଘଡ଼ି ଅଧ୍ୟକ୍ଷ ୱେହ୍ନୋ ୟୁ ଶୁକ୍ରବାରର ଏହି ବିକ୍ରି ନା କେବଳ ଏସିୟାରେ ଉଚ୍ଚ ଗୁଣମାନ ହୀରାର ସ୍ଥାୟୀ ଚାହିଦାକୁ ପ୍ରମାଣିତ କରୁଛି ବରଂ  ଏପରି ରତ୍ନର କେତେ ଦୁର୍ଲଭ  ସେ ନେଇ ବିଶ୍ୱରେ ସଚେତନତା ମଧ୍ୟ ସୃଷ୍ଟି କରିଛି ବୋଲି କହିଛନ୍ତି। ସେହିପରି ବ୍ରିଟେନର ଜ୍ୱେଲରୀ ରିଟେଲର ୭୭ ଡାୟମଣ୍ଡସ୍‌ଙ୍କ ପରିଚାଳନା ନିର୍ଦ୍ଦେଶକ ଟୋବିୟାସ କୋରମାଇଣ୍ଡ ହୀରା ବିକ୍ରିକୁ ଆଶ୍ଚର୍ଯ୍ୟଜନକ କହିଛନ୍ତି। ଏକ ଅସ୍ଥିର ଅର୍ଥବ୍ୟବସ୍ଥାରେ ଉଚ୍ଚ ଗୁଣମାନର ହୀରାକୁ ଏତେ ଭଲ ମୂଲ୍ୟ ମିଳିବା ବାସ୍ତବିକ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।

Related Articles

Back to top button