ଆସନ୍ତା ବର୍ଷ ସୁଦ୍ଧା ବାୟୁସେନାରେ ମହିଳା ଅଗ୍ନିବୀରଙ୍କୁ ମିଳିବ ଭର୍ତ୍ତି

ନୂଆଦିଲ୍ଲୀ: ବାୟୁସେନା ପ୍ରତିଷ୍ଠାର ୯୦ତମ ବର୍ଷ ପୂର୍ତ୍ତି ଅବସରରେ ଚଣ୍ଡିଗଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିବେକ ରାମ ଚୌଧୁରୀ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଆସନ୍ତା ବର୍ଷରୁ ମହିଳା ଅଗ୍ନିବୀରଙ୍କୁ ଭର୍ତ୍ତି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଭିତ୍ତିଭୂମି ନିର୍ମାଣ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିଛି । ବାୟୁସେନା ମୁଖ୍ୟ କହିଛନ୍ତି, ଅଗ୍ନିପଥ ଯୋଜନା ମାଧ୍ୟମରେ ବାୟୁ ଯୋଦ୍ଧାଙ୍କୁ ବାୟୁସେନାରେ ସାମିଲ କରାଇବା ଆମ ସମସ୍ତଙ୍କ ଏକ ବଡ଼ ଆହ୍ୱାନ । କିନ୍ତୁ ଏହାଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଆମ ପାଇଁ ଭାରତର ଯୁବକଙ୍କ କ୍ଷମତାକୁ ଦେଶ ସେବାରେ ଲଗାଇବାର ବଡ଼ ଅବସର ଅଟେ ।

ବାୟୁସେନା ମୁଖ୍ୟ କହିଛନ୍ତି, ଆମେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ଉପରେ ପ୍ରତିବଦ୍ଧତା ସହ ଆଗକୁ ବଢୁଛୁ । ଆସନ୍ତା ବର୍ଷ ସୁଦ୍ଧା ମହିଳା ଅଗ୍ନିବୀରଙ୍କୁ ମଧ୍ୟ ବାୟୁସେନାରେ ଭର୍ତ୍ତି କରାଯିବ ।

ପ୍ରତିବର୍ଷ ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ନିଜର ପ୍ରତିଷ୍ଠା ଦିବସ ପାଳନ କରେ । ଭାରତୀୟ ବାୟୁସେନା ଦେଶକୁ ଶତ୍ରୁଙ୍କ ଠାରୁ ରକ୍ଷା କରିବା ପାଇଁ ଅନେକ ସ୍ୱର୍ଣ୍ଣିମ ଲଢେଇ ଲଢିଛି । ୧୯୬୨, ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ବାୟୁସେନାର ପରାକ୍ରମ ଥିଲା ଅତୁଳନୀୟ ।

Related Articles

Back to top button