ସାମ୍ନାକୁ ଆସିଲା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଭିଡିଓ: ବ୍ଲାକମେଲ ପରେ ହୋଟେଲରେ କିପରି ଡିଲ୍ କରୁଥିଲେ !

ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଭିଡିଓ ଓ ମେସେଞ୍ଜର ଚାଟ୍ ଏବେ ଲୋକଲୋଚନକୁ ଆସିଛି। ଉକ୍ତ ଭିଡିଓରେ ବ୍ଲାକମେଲ ପରେ ଅର୍ଚ୍ଚନା ହୋଟେଲରେ କିପରି ଡିଲ୍ କରୁଥିଲେ ତାହା ରହିଥିବା କୁହାଯାଉଛି। ଏଣେ ଚାଟରେ ରହିଛି ସେ କେମିତି ପ୍ରତିପତ୍ତିଶାଳୀ ଲୋକଙ୍କୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ବାହାନା କରୁଥିଲେ ଅର୍ଚ୍ଚନା ।

ସ୍ୱାମୀଙ୍କ ଅସୁସ୍ଥତାର ଫଟୋ ଛାଡ଼ି ଧନୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରୁଥିଲେ। ବଡ଼ ବ୍ୟବସାୟୀର ପରିଚୟ ଦେଇ ଧନୀ ଓ ପ୍ରତିପତ୍ତିଶାଳୀଙ୍କୁ ଟଙ୍କା ମାଗୁଥିଲେ। ଧୀରେ ଧୀରେ ସମ୍ପର୍କ ବଢ଼ାଉଥିଲେ। ସୁଯୋଗ ଦେଖି ଘରକୁ ଡାକୁଥିଲେ। ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ। ଆଉ ଯଦି ଧନୀ ବ୍ୟକ୍ତିଜଣଙ୍କ ଅର୍ଚ୍ଚନାଙ୍କ ମାୟାଜାଲରେ ପଡ଼ି ଥରେ ଚାଲିଆସୁଥିଲେ ତାହେଲେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡ଼ୁଥିଲା। ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭିତ କରୁଥିଲେ। ଆଉ ଏଥିପାଇଁ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରୁଥିଲେ। ଆଉ ସମ୍ପର୍କ ବଢ଼ିଯିବା ପରେ ସେମାନଙ୍କ ଅନ୍ତରଂଗ ମୁହୁର୍ତର ଫଟୋ ଓ ଭିଡିଓ ସୁଟିଂ କରି ନେଉଥିଲେ।

ପରବର୍ତ୍ତୀ ସମୟରେ ସେହି ଭିଡିଓ ଓ ଫଟୋକୁ ଦେଖାଇ ଆରମ୍ଭ କରୁଥିଲେ ବ୍ଲାକମେଲିଂ। ହେଲେ, କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା। ତାଙ୍କ ପଛରେ କାହାର ହାତ ରହିଛି। ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି ଭିଡିଓ। ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଠିଛି। ହେଲେ ପୁଲିସ ଏନେଇ ମୁହଁ ଖୋଲୁ ନଥିବା ହେତୁ ଲୋକଙ୍କର ସନ୍ଦେହ ଘନୀଭୂତ ହେଉଛି।

Related Articles

Back to top button