ଗୁଜୁରାଟ ଉପକୂଳରୁ ୩୫୦ କୋଟିର ହେରୋଇନ ଜବତ, ୬ ପାକିସ୍ତାନୀ ଗିରଫ

ଗାନ୍ଧୀନଗର: ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ପାଇଁ ଚର୍ଚ୍ଚାରେ ଥିବା ଗୁଜୁରାଟ ଉପକୂଳରୁ ପୁଣି ଜବତ ହେଲା ବିପୁଳ ପରିମାଣର ହେରୋଇନ। ପ୍ରାୟ ୫୦ କେଜି ଓଜନର ୩୫୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ ସହ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ରାଜ୍ୟ ଆତଙ୍କୀ ନିରୋଧୀ ସ୍କ୍ବାଡ ଓ ତଟରକ୍ଷୀ ବାହିନୀର ମିଳିତ ଟିମ । ଏହି ନିଶାଦ୍ରବ୍ୟ ପାକିସ୍ତାନରୁ ଗୁଜୁରାଟ ଉପକୂଳ ଦେଇ ଭାରତକୁ ଆସୁଥିବା ଇନପୁଟ ସୂଚନା ଆଧାରରେ ଏହି ମିଳିତ ଅପରେସନ କରିଥିଲେ ଏଟିଏସ ଓ କୋଷ୍ଟଗାର୍ଡ । ଏହି ଘଟଣାରେ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିବା ସହ ୫୦କେଜି ଓଜନର ହେରୋଇନ ସହ ଏକ ବୋଟକୁ ମଧ୍ୟ ଜବତ କରାଯାଇଛି । ଜବତ ହେରୋଇନର ଆନୁମାନିକ ମୂଲ୍ୟ ପ୍ରାୟ ୩୫୦ କୋଟିରୁ ଅଧିକ ହେବା ନେଇ ସୂଚନା ମିଳିଛି ।

ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ପାକିସ୍ତାନର କରାଚୀରୁ ଆସି ପ୍ରଥମେ ଗୁଜୁରାଟ ଓ ପରେ ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଛି । ମାଛ ଧରିବା ପାଇଁ ପାକିସ୍ତାନୀ ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମା ଅତିକ୍ରମ କରି ଧରାପଡିଛନ୍ତି । ସେହିପରି ଗୁଜୁରାଟ ଉପକୂଳ ଦେଇ ପାକିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚାଲାଣ ହେବା ପରି ଘଟଣା ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣା ପରେ ସାମୁଦ୍ରିକ ପାଟ୍ରୋଲିଂ ସାଙ୍ଗକୁ ସର୍ବିଲାନ୍ସକୁ କଡାକଡି କରିଛି ଭାରତୀୟ ତଟରକ୍ଷୀ ବାହିନୀ ଓ ସୀମା ସୁରକ୍ଷା ବଳ ।

Related Articles

Back to top button