ଫିକା ପଡିବ କୁମାର ପୂର୍ଣ୍ଣିମା: ପୁଣି ବର୍ଷିଵ

ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ୯ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୦ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୯ ତାରିଖରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିପାରେ । ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୦ରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଠାଏ ଠାଏ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଅକ୍ଟୋବର ୧ରୁ ୭ ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା ହୋଇଛି । ଏହି ସମୟ ଭିତରେ ସ୍ୱାଭାବିକ ଭାବେ ୪୦ମିମି ବର୍ଷା ହେବା କଥା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରୁ ସ୍ୱାଭାବିକଠାରୁ ଅଧିକ ବର୍ଷିଛି ।

Related Articles

Back to top button