ପୂର୍ବ ବିବାହ ବିଷୟରେ ଜାଣି ମଧ୍ୟ ସମ୍ବନ୍ଧ ରଖିବା, ଦୁଷ୍କର୍ମ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ: କେରଳର ଜଣେ ୩୩ ବର୍ଷୀୟ ଯୁବକ ନିଜ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ସମ୍ବନ୍ଧ ରଖିବା ଏବଂ ଦୁଷ୍କର୍ମ କରିବା ନେଇ ହୋଇଥିବା ଅଭିଯୋଗ ଖାରଜ ପାଇଁ ହାଇକୋର୍ଟରେ ଯାଚିକା ଦାୟର କରିଛନ୍ତି। ମାମଲା ଉପରେ ହାଇକୋର୍ଟରେ ଯେବେ ଶୁଣାଣି ହେଲା ଅନେକ ଦିଗ ସାମ୍ନାକୁ ଆସିଥିଲା ଏବଂ  ବିଚାରପତି ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି।

ମାମଲାର ଶୁଣାଣି ବେଳେ ଜଣା ପଡିଲା ଯେ, ଯୁବକ(ଆବେଦନକାରୀ) ଜଣକ ଯେଉଁ ଯୁବତୀ(ଅଭିଯୋଗକାରୀ)ଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ, ସେହି ଯୁବତୀଙ୍କୁ ଆଗରୁ ଜାଣିଥିଲେ ଯେ, ଯୁବକ ଜଣକ ବିବାହିତ। ଉଭୟ ପରସ୍ପରକୁ  ୨୦୧୦ ମସିହାରୁ ଜାଣିଥିଲେ। ଯୁବକର ବିବାହ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ସଂପର୍କ ଥିଲା, ଯାହା ପରେ ବି ଜାରି ରହିଥିଲା। ଏପରିକି ଯୁବକ ପତ୍ନୀଠୁ ଛାଡପତ୍ର ନେବା ପରେ ବି ଉଭୟଙ୍କ ସମ୍ବନ୍ଧ ଜାରି ରହିଥିଲା। ଏମିତିରେ ଯୁବକଙ୍କ ବିରୋଧରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାର ଅଭିଯୋଗ ହୋଇ ପାରିବ ନାହିଁ। ତେଣୁ ଅଭିଯୋଗକାରୀ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରାଯାଉଛି।

ଏହା ପରେ ଉଚ୍ଚ ନ୍ୟାୟାଳୟ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧକୁ ନେଇ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ଅଭିଯୁକ୍ତ ଯୁବକ ଏବଂ ଅଭିଯୋଗକାରୀ ଯୁବତୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ପରସ୍ପରର ସହମତିରେ ହୋଇଛି। ରୁଜୁ ଏଫଆଇଆରରେ କେଉଁଠି ବି ଲେଖା  ହୋଇନି ଯେ, ଯୁବକ କେବେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏହା ମଧ୍ୟ ଜଣା ପଡୁନି ଯେ, ଯୁବକ କେବେ ଯୁବତୀଙ୍କୁ ଧୋକା କରିବାକୁ ଉଦ୍ୟମ କରିଛନ୍ତି। ତେଣୁ ଉଭୟଙ୍କ ଭିତରେ ରହିଥିବା ସମ୍ବନ୍ଧଙ୍କୁ ଦୁଷ୍କର୍ମ ଶ୍ରେଣୀରେ ରଖାଯାଇ ପାରିବ ନାହିଁ, ବରଂ ଏହାକୁ ‘Love & Passion’ କୁହାଯିବ। ମାମଲାରେ କେରଳ ଉଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ଖାରଜ କରିଛନ୍ତି।

Related Articles

Back to top button