ଜାପାନ ଉପର ଦେଇ ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଉତ୍ତରକୋରିଆ, ଜାପାନରେ ଏମାର୍ଜେନ୍ସୀ ଆଲର୍ଟ
ଟୋକିଓ: ପୁଣି ଥରେ ଉତ୍ତରକୋରିଆ ଜାପାନ ଉପର ଦେଇ ୨ଟି କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହା ପରେ ଜାପାନ ନିଜ ଦେଶରେ ଏମର୍ଜେନ୍ସୀ ଆଲର୍ଟ ଜାରି କରିଛି। ବାରମ୍ବାର ଚେତାବନୀ ସତ୍ତ୍ୱେ କିମ୍ ଜୋଙ୍ଗ ଉନ ତାଙ୍କ ନୀତିରେ କୌଣସି ପରିବର୍ତ୍ତନ କରୁ ନାହାନ୍ତି। ଏଣୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଶନିବାର ବିଳମ୍ବିତ ରାତ୍ରିରେ ଆଲର୍ଟ ଜାରି କରିବାକୁ ବାଧ୍ୟ ହୋଇଛନ୍ତି।
ଏଥିରେ ଜାପାନକୁ ଦକ୍ଷିଣ କୋରିଆର ମଧ୍ୟ ସମର୍ଥନ ମିଳିଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଉତ୍ତର କୋରିଆର କାମକୁ ଯୁଦ୍ଧ ଲାଗି ଉସକାଇବା ବୋଲି କହିଛନ୍ତି। ଏ ବାବଦେ ଉତ୍ତର କୋରିଆ ଏକ ବୟାନ ଜାରି କରିଛି। ଏଥିରେ ଆମେରିକୀୟ ସୈନ୍ୟ ବିପଦକୁ ଦୃଷ୍ଟିରେ ରଖି ଉତ୍ତର କୋରିଆର ଏହା ଆତ୍ମ ରକ୍ଷା ଲାଗି କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି। ସେପେଟେ ଆମେରିକା ସେନା ମଧ୍ୟ ଏ ବାବଦେ ଏକ ବୟାନ ଜାରି କରିଛି। ଯେଉଁଥିରେ ଆମେ ଆମର ସହଯୋଗୀଙ୍କ ସହ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା କରୁଥିବା କୁହାଯାଇଛି।