ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ପରଠୁ ଫେରାର ଅଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ

ଭୁବନେଶ୍ୱର : ରାଜଧାନୀରେ ଚାଲିଥିଲା ହନିଟ୍ରାପ୍ । ବ୍ଲାକମେଲର ଅର୍ଚ୍ଚନା ନାଗର ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଥିବା ବେଳେ ଖସିଯାଇଥିବା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କର ଫେସ୍ ବୁକ ଆକାଉଣ୍ଟ ବନ୍ଦ କରିଛି ପୋଲିସ। ଜଗବନ୍ଧୁଙ୍କ ଫେସବୁକ ଆକାଉଣ୍ଟରେ ରହିଥିଲା ଅନେକ ତଥ୍ୟ।

ସେପଟେ ପୋଲିସ ଖୋଲିଛି ଏହି ବ୍ଲାକମେଲରର ଇ.ମେଲ ଆଇ.ଡି.। ଏହି ମେଲ୍ ରୁ ୨୦ ଦେହଜୀବିଙ୍କ ଫଟୋ ଓ ତଥ୍ୟ ମିଳିଥିବା ସୂଚନା। ଅର୍ଚ୍ଚନା ମୁମ୍ବାଇ ଓ କୋଲକାତାରୁ ଯୁବତୀ ଆଣି ହନିଟ୍ରାପ ଟଳାଉଥିଲା ବୋଲି ସୂଚନା ମିଳିଛି। ଲେଡି ବ୍ଲାକମେଲର ମେଲ ରେ ରହିଛି ୬୪ ଜଣ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର, ରେଳୱେ ଅଧିକାରୀଙ୍କ ଅଶ୍ଲୀଳ ଫଟୋ । ସମସ୍ତଙ୍କୁ ବ୍ଲାକମେଲିଂ କରୁଥିଲା ଲେଡି ବ୍ଲାକମେଲର । ୨୦୧୮ରୁ ସେକ୍ସ ରାକେଟ ଚଳାଇବା ଆରମ୍ଭ କରିଥିଲା ଅର୍ଚ୍ଚନା ନାଗ । ଓକିଲାତି ପାଠ ନପଢି ନିଜକୁ ହାଇକୋର୍ଟର ଓକିଲ ବୋଲି ପରିଚୟ ଦେଉଥିଲା। ୨୦୧୫ରେ ଭୁବନେଶ୍ୱର ଆସି ପ୍ରଥମେ ଏକ ପାଲରରେ କାମ କରୁଥିଲା।

Related Articles

Back to top button