ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ୮୨ ବର୍ଷ ବୟସରେ ଦେହାନ୍ତ

ଗୁରୁଗ୍ରାମ: ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ୟୁରିନ ସଂକ୍ରମଣ, ରକ୍ତଚାପ ସମସ୍ୟା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେତୁ ମୁଲାୟମ ସିଂ ଯାଦବଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେରେ ଭର୍ତ୍ତି କରାଯାଇଥିଲା ।

ଗତ ୧୦ ଦିନ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ଚାଲିଥିଲା ଚିକିତ୍ସା । ଦୀର୍ଘଦିନ ଧରି ସେ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସୋମବାର ସକାଳ ପ୍ରାୟ ସାଢେ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁ ପରେ ତାଙ୍କ ସମର୍ଥକ ତଥା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ମୁଲାୟମ ସିଂ ଯାଦବ ୨୨ ନଭେମ୍ବର ୧୯୩୯ରେ ଇଟାୱା ଜିଲ୍ଲାର ସୈଫେଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସୁଘର ସିଂ ଯାଦବ ଜଣେ କୃଷକ ଥିଲେ । ମୁଲାୟମ ସିଂ ଯାଦବ ବର୍ତ୍ତମାନ ମୁଲାୟମ ସିଂ ମେନପୁରୀ ଆସନରୁ ଲୋକସଭା ସାଂସଦ ଥିଲେ । ଉତ୍ତରପ୍ରଦେଶର ରାଜନୀତି ହେଉ, ଦେଶର ରାଜନୀତି ହେଉ, ମୁଲାୟମ ସିଂ ଯାଦବ ପ୍ରମୁଖ ନେତାଙ୍କ ମଧ୍ୟରେ ଥିଲେ ଜନନାୟକ ।

ସେ ତିନିଥର ୟୁପିର ସିଏମ୍ ଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଏହା ବ୍ୟତୀତ ମୁଲାୟମ ସିଂ ୮ ଥର ବିଧାୟକ ଏବଂ ୭ ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ଦୁଇଟି ବିବାହ କରିଥିଲେ ମୁଲାୟମ ସିଂ ଯାଦବ । ତାଙ୍କର ପ୍ରଥମ ପତ୍ନୀ ମାଳତୀ ଦେବୀ, ଯିଏକି ମେ ୨୦୦୩ରେ ମୃତ୍ୟୁବରଣ କରିଥିଲେ । ଯିଏକି ଅଖିଳେଶ ଯାଦବଙ୍କ ମା । ମୁଲାୟମ ଦ୍ୱିତୀୟ ଥର ସାଧନା ଗୁପ୍ତାଙ୍କୁ ବିବାହ କରିଥିଲେ । ମୁଲାୟମ ସିଂ ଏବଂ ସାଧନାଙ୍କ ପୁଅର ନାମ ହେଉଛି ପ୍ରତୀକ ଯାଦବ । ସମ୍ପ୍ରତି ସାଧନାଙ୍କ ବି ଦେହାନ୍ତ ହୋଇସାରିଛି ।

Related Articles

Back to top button