ୟୁକ୍ରେନ୍ର ବିଭିନ୍ନ ସହରରେ ଏକାସଙ୍ଗେ ୭୫ଟି ମିସାଇଲ୍ ମାଡ଼ କଲା ଋଷ
କିଭ୍: ଋଷ ସହ କ୍ରିମିଆକୁ ଯୋଡ଼ୁଥିବା ବ୍ରିଜ୍ ବିସ୍ଫୋରଣ ପରେ ପୁଣି ରକ୍ତମୁଖା ହୋଇଛି ଋଷ । ଆଜି ୟୁକ୍ରେନର ବିଭିନ୍ନ ସହରରେ ଋଷ ପ୍ରାୟ ୭୫ଟି ମିସାଇଲ୍ ମାଡ଼ କରିଛି । କେବଳ କିଭରେ ୩ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ୟୁକ୍ରେନ୍ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଛପି ରହିବାକୁ କୁହାଯାଇଛି । ତେବେ ଏବେ ହୋଇଥିବା ଆକ୍ରମଣରେ କ୍ଷୟକ୍ଷତି ଓ ମୃତାହତଙ୍କ ତଥ୍ୟ ଜଣା ପଡ଼ିନାହିଁ ।
ଦିନକ ପୂର୍ବରୁ ଋଷ ସହ କ୍ରିମିଆକୁ ଯୋଡ଼ୁଥିବା ପୋଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିପାଇଁ ୟୁକ୍ରେନକୁ ଦାୟୀ କରିଥିଲେ ପୁଟିନ୍ । ଆଜି ସକାଳ ୮ଟା ୧୫ ସମୟରେ କିଭରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣର ଏକ ଘଣ୍ଟା ପୂର୍ବରୁ ଚେତାବନୀ ଦିଆ ଯାଇଥିଲା ।
#WATCH | Multiple rocket strikes in #Ukrainian capital #Kyiv… Reportedly targeted by #Russians this morning. Earlier #Putin said that #Ukraine's secret services behind #CrimeanBridge blast.#Russia #Ukraine #Kyiv #CrimeaBridge #RussiaUkraine #UkraineRussia pic.twitter.com/1SipY5IXrN
— Vikas Lohchab (@TheVikasLohchab) October 10, 2022
ଏହା ପୂର୍ବରୁ ଶେଷ ଥର ପାଇଁ ଋଷ ଜୁନ୍ ୨୬ରେ କିଭରେ ଆକ୍ରମଣ କରିଥିଲା । ଗତ ଶନିବାର ୟୁକ୍ରେନର ଜାପୋରିଇଝିୟାରେ ହୋଇଥିବା ରକେଟ୍ ଆକ୍ରମଣରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଥିଲେ ।