ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ପ୍ରଦାନ ପାଇଁ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗାଈକୁ ଜାତୀୟ ପ୍ରାଣୀ ମାନ୍ୟତା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ଏପରିକି ଏ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତି ସଞ୍ଜୟ କିଶାଲ କୌଲ ଆବେଦନକାରୀ ଓକିଲଙ୍କ ପଚାରିଥିଲେ ଏହା କଣ କୋର୍ଟଙ୍କ କାମ ? କାହାର ମୌଳିକ ଅଧିକାର ଏ ନେଇ ଉଲ୍ଲଂଘନ ହେଉଛି କି ? ବାରମ୍ବାର ଅନାବଶ୍ୟକ ପଟିସନ ଦାଖଲ ହେବା ଯୋଗୁ ଅଯଥା ସମୟ ଅପଚୟ ହେଉଛି । ଆମେ ସେଥିପାଇଁ ବାଧ୍ୟ ହୋଇ ଜରିମାନର କରୁଛୁ । ଆବେଦନକାରୀଙ୍କ ଓକିଲ କହିଥିଲେ ଆମ ପାଇଁ ଗାଈର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ।

ଏଥିପାଇଁ ସରକାର ବିଚାର କରିବା ଜରୁରୀ । ଶେଷରେ ବିଚାରପତି କହିଥିଲେ ଏହି ପିଟିଶନର ଶୁଣାଣୀ ଆବଶ୍ୟକତା ନାହିଁ । ଏହାକୁ ତୁରନ୍ତ ଖାରଜ କରାଯାଉ । ନ ହେଲେ ଜରିମାନା କରାଯିବ । ଶେଷରେ ଆବେଦନକାରୀଙ୍କ ଓକିଲ ଏହାକୁ ପ୍ରତ୍ୟାହାର କରିଥିଲେ ।

Related Articles

Back to top button