‘ଫୁଟବଲ ଫର ଅଲ୍’: ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବାଣ୍ଟିବେ ରାଜ୍ୟ ସରକାର
ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଛି ଅଣ୍ଡର 17 ମହିଳା ଫିଫା ବିଶ୍ବକପ । ପ୍ରଥମ ଥର ପାଇଁ ଓଡ଼ିଶାରେ ଫିଫା ବିଶ୍ବକପ ଆୟୋଜିତ ହେବାକୁ ଯାଉଥିବା ବେଳେ ଏଥିପାଇଁ ଫୁଟବଲ ପ୍ରେମୀମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଅବସରରେ ରାଜ୍ୟରେ ଫୁଟବଲ ଖେଳର ବିକାଶ ଓ ପ୍ରସାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଫୁଟବଲ ଫର ଅଲ୍’ ତଥା ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ‘ସମସ୍ତଙ୍କ ପାଇଁ ଫୁଟବଲ’ ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ ପ୍ରାୟ ୪୩ ହଜାର ଫୁଟବଲ ବଣ୍ଟନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
Under the #FootballForAll programme, over 43,000 footballs will be distributed to children in about 2,000 schools. This is first such programme by FIFA to promote football in the country. CM looked forward to future partnerships with FIFA for development of football in Odisha. pic.twitter.com/w3GEkzIvTw
— CMO Odisha (@CMO_Odisha) October 10, 2022
ସ୍କୁଲ ସ୍ତରରେ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ଉଦେଶ୍ୟରେ ଫିଫା ସହାୟତାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି।