ଅକ୍ଟୋବର ତୃତୀୟ ସପ୍ତାହରେ ବାତ୍ୟା ଆଶଙ୍କାକୁ ପାଣିପାଗ ବିଭାଗର ଖଣ୍ଡନ
ପ୍ରବଳ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଅକ୍ଟୋବର ତୃତୀୟ ସପ୍ତାହରେ ବାତ୍ୟା ଆଶଙ୍କା କରିଛି ଆମେରିକାନ GFS। ଅକ୍ଟୋବରରେ ବାତ୍ୟା ଆଶଙ୍କାକୁ ପାଣିପାଗ ବିଭାଗର ଖଣ୍ଡନ। ବର୍ତ୍ତମାନ ଜଳବାୟୁ ବାତ୍ୟା ପାଇଁ ଅନୁକୂଳ ରହିଛି । ଆମେରିକାନ GFS (Global Forecast System ) ମଡେଲ ବାତ୍ୟା ନେଇ ସୂଚନା ଦେବା ପରେ ୟୁରୋପିଆନ୍ ମଡେଲ ମଧ୍ୟ ଘୂର୍ଣ୍ଣିବଳୟ ନେଇ ଆକଳନ କରିଛି। ଦୁଇଟି ମଡେଲର ଆକଳନ ପରେ ଅନ୍ୟ ମଡେଲ ଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଭାଗ
ଅକ୍ଟୋବର ୧୭ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର ପାଣିପାଗ ସଂସ୍ଥା GFS । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ । ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରିଛି । ତେବେ ବର୍ତ୍ତମାନ ସୁଦ୍ଧା କେବେ ଏହି ଘୂର୍ଣ୍ଣିବଳୟ ଅନୁଭୂତ ହେବ ତାହାକୁ ନେଇ କୌଣସି ତାରିଖ ସ୍ପଷ୍ଟ ହୋଇ ପାରିନି । ତେବେ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ସମୁଦ୍ରରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିବ । ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ପାଣିପାଗ ବିଭାଗ ନଜର ରଖିଛି । ଚଳିତ ଅକ୍ଟୋବରରେ ଘନଘନ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏଥିପାଇଁ ଉପାନ୍ତରୁ ଉପକୂଳ ବର୍ଷାରେ ଭିଜୁଛି । ସମୟ ସମୟରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ମୂଷଳ ଧାରାରେ ବର୍ଷୁଛି । ପାଣିପାଗର ଏହି ନିୟାମକ ଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ପାଇଁ ୨୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଭଳି ପାଗ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଆଜିଠାରୁ ବର୍ଷାର ବିସ୍ତୃତି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିବ। ଏହି ସମୟରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ, ତାହା ଘନୀଭୂତ ହୋଇଥାଏ । ଏଣୁ ତୃତୀୟ ସପ୍ତାହରେ ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ତାହାରି ଉପରେ ନଜର ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।