ବନ୍ୟା ପରେ ପାକିସ୍ତାନରେ ବ୍ୟାପିଲା ମ୍ୟାଲେରିଆ: ଭାରତଠାରୁ ୬୦ ଲକ୍ଷରୁ ଅଧିକ ମଶାରୀ କିଣିବ

ଇସଲାମାବାଦ: ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଅଟକି ରହିବାରୁ ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ଜଳ ବାହିତ ରୋଗରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ପରିସ୍ଥିତି ନିୟନ୍ତ୍ରଣ ବାହାରାକୁ ଚାଲିଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ପାଣି ଜମି ରହି ମଶାବଂଶ ବୃଦ୍ଧି ପାଉଛି। ଏସବୁ ଅଞ୍ଚଳରେ ମେଲେରିଆ ବ୍ୟାପିବାରେ ଲାଗିଛି। ପାକିସ୍ତାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଭାରତରୁ ୬୦ ଲକ୍ଷରୁ ଅଧିକ ମଶାରୀ କିଣିବାକୁ ଅନୁମତି ଦେଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପାକିସ୍ତାନ ପାଇଁ ମଶାରୀ କିଣିବା ପାଇଁ ଗ୍ଲୋବାଲ ଫଣ୍ଡ ଦ୍ୱାରା ପ୍ରଦାନ କରାଯାଇଥିବା ଆର୍ଥିକ ସମ୍ବଳ ବ୍ୟବହାର କରୁଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଅଧିକାରୀମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ମାସ ଅର୍ଥାତ୍‌ ନଭେମ୍ବର ସୁଦ୍ଧା ସେମାନେ ୱାଘା ସୀମା ଦେଇ ଭାରତରୁ ମଶାରୀ ପାକିସ୍ତାନକୁ ପଠାଯିବ।

ଭାରତରୁ ପ୍ରାୟ ୭.୧ ନିୟୁତ ମଶାରୀ କିଣିବା ପାଇଁ ପାକିସ୍ତାନ ବାଣିଜ୍ୟ ମନ୍ତ୍ରଣାଳୟର ଅନୁମତି ମାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ସିନ୍ଧ ଏବଂ ବାଲୁଚିସ୍ତାନର ବନ୍ୟା ପ୍ରଭାବିତ ଜିଲାମାନଙ୍କରେ ମେଲେରିଆ ପରୀକ୍ଷା କିଟ, ମେଲେରିଆ ଔଷଧ ଏବଂ ମଶାରୀର ଆବଶ୍ୟକତା ରହିଛି।

Related Articles

Back to top button