ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ କେଦାରନାଥ ଏବଂ ବଦ୍ରିନାଥ ଗସ୍ତ କରିବେ। ସର୍ବପ୍ରଥମେ, ଅକ୍ଟୋବର ୨୨ରେ, ପ୍ରଧାନମନ୍ତ୍ରୀ କେଦାରନାଥ ଧାମରେ ପ୍ରାର୍ଥନା କରିବେ ଏବଂ ଏହା ପରେ ଅକ୍ଟୋବର ୨୨ ସାରେ ସେ ବଦ୍ରିନାଥ ଧାମରେ ପହଞ୍ଚିବେ। ସୂତ୍ରରୁ ପ୍ରକାଶ ଯେ, ସୀମାନ୍ତରେ ପୋଷ୍ଟ କରାଯାଇଥିବା ସୈନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ୨୦୧୪ରେ କ୍ଷମତା ଗ୍ରହଣ କରିଥିଲେ ଏବଂ ସେବେଠାରୁ ସେ ସେନାର ବିଭିନ୍ନ ପୋଷ୍ଟ ପରିଦର୍ଶନ କରି ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳେ। ୨୦୧୬ରେ ମୋଦି ହିମାଚଳ ପ୍ରଦେଶର ଚାଙ୍ଗୋ ଗ୍ରାମରେ ଦୀପାବଳି ପାଳନ କରିଥିଲେ। ୨୦୧୭ରେ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବା ପାଇଁ ଜମ୍ମୁ କଶ୍ମୀରର ଗୁରେଜ ଉପତ୍ୟକାରେ ପହଞ୍ଚିଥିଲେ। ୨୦୧୮ରେ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ହାର୍ସିଲରେ ପହଞ୍ଚିଥିଲେ। ୨୦୧୯ରେ, ମୋଦି ଜାମ୍ମୁ କାଶ୍ମୀରର ରାଜୌରୀରେ ପହଞ୍ଚିଥିଲେ।

୨୦୨୦ରେ ରାଜସ୍ଥାନର ଲଙ୍ଗୱାଲା ପୋଷ୍ଟ ସୈନିକମାନଙ୍କ ପାଇଁ ଦୀପାବଳି ପାଳିଥିଲେ। ୨୦୨୧ରେ, ପ୍ରଧାନମନ୍ତ୍ରୀ ମୋଦି ନୌଶରାରେ ଦୀପାବଳି ପାଳନ କରିଥିଲେ।

Related Articles

Back to top button