ଅଚାନକ ଫେସବୁକ୍ରେ ହ୍ରାସ ହେଲେ ୨ କୋଟି ଫଲୋଅର୍ସ
ମାସାଚ୍ୟୁସେଟ୍ସ୍: ମେଟା ସଞ୍ଚାଳିତ ଫେସବୁକ୍ର ଅନେକ ୟୁଜର ଅଜ୍ଞାତ କାରଣରୁ ସେମାନଙ୍କ ଅଧିକାଂଶ ଫଲୋଅର୍ସଙ୍କୁ ହରାଉଥିବାର ଅଭିଯୋଗ କରୁଛନ୍ତି। ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ମାର୍କ ଜୁକରବର୍ଗ ୧୧.୯ କୋଟିରୁ ଅଧିକ ଫଲୋଅର୍ସଙ୍କୁ ହରାଇଛନ୍ତି। ଫଳରେ ଅନେକ ଫଲୋଅର୍ସଙ୍କ ସଂଖ୍ୟା ୧୦ ହଜାରରୁ ବି କମି ଯାଇଛି।
ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍ଲିମା ନସରିନ୍ ଏକ ଟ୍ୱିଟ୍ ପୋଷ୍ଟରେ ‘ଫେସବୁକ୍ରେ ସୁନାମୀ ସୃଷ୍ଟି ହୋଇଥିବା ଓ ମୋର ପାଖାପାଖି ୯ ଲକ୍ଷ ଫଲୋଅର୍ସ ସମାପ୍ତ କରିଦେଇଥିବା’ ଉଲ୍ଲେଖ କରିଛନ୍ତି। ଏବେ ତାଙ୍କର ଫେସବୁକ୍ ପେଜ୍ରେ ମାତ୍ର ୯ ହଜାର ଫଲୋଅର୍ସ ଅଛନ୍ତି। ତେବେ ଏ ସମ୍ପର୍କରେ ମେଟା ମୁଖପାତ୍ରଙ୍କ ସହ ସମ୍ପର୍କ କରାଯିବାରେ ଏପରି କିଛି ବିସଙ୍ଗତି ସୃଷ୍ଟି ହୋଇଥିବାର ସେ ସ୍ୱୀକାର କରିଛନ୍ତି। କିଛି ଲୋକେ ସେମାନଙ୍କ ଫେସବୁକ୍ ପେଜରେ ଏପରି ବିସଙ୍ଗତି ଦେଖୁଥିବାର ଅଭିଯୋଗ କରୁଥିବା ମୁଖପାତ୍ର କହିଛନ୍ତି।
ତେବେ ଉପୁଜିଥିବା ସମସ୍ୟା ଲାଗି ସେ କ୍ଷୋଭ ପ୍ରକାଶ କରିଥିବା ବେଳେ ଯଥା ଶୀଘ୍ର ସମସ୍ୟାର ସମାଧାନ ଲାଗି ଉଦ୍ୟମ କରାଯାଉଥିବାର କହିଛନ୍ତି। ପରିସ୍ଥିତି ଖୁବ୍ ଶୀଘ୍ର ସ୍ୱଭାବିକ ହୋଇଯାଇପାରେ ବୋଲି ସେ ଆଶା ପୋଷଣ କରିଛନ୍ତି। ତେବେ ତସ୍ଲିମା ନସରିନ ଫେସବୁକ୍ର କମେଡି ପସନ୍ଦ ବୋଲି ଉଲ୍ଲେଖ କରିଛନ୍ତି।