ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୨ ଅକ୍ଟୋବର ଅର୍ଥାତ ଆଜି ହିଁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଖବର ଅନୁଯାୟୀ, ଗତ ଜୁନ୍‌ ମାସରେ ବିଜେବି କଲେଜର ରୁଚିକା ମହାନ୍ତି ନାମକ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । କଲେଜର ବରିଷ୍ଠ ସହପାଠୀମାନେ ରାଗିଂ କରୁଥିବା ଅଭିଯୋଗ ମଧ୍ୟ ଆସିଥିଲା । ତାଙ୍କୁ ମୃତ୍ୟୁ ପାଇଁ ଉପରଶ୍ରେଣୀର ସହପାଠୀମାନେ ଦାୟୀ କରିଥିଲେ । ଯାହାକୁ ନେଇ ପ୍ରବଳ ଉତ୍ତେଜା ଦେଖାଦେଇଥିଲା । ଏପିରିକି ରୁଚିକାଙ୍କୁ ନ୍ୟାୟ ଦାବିରେ ତାଙ୍କ ମା ମଧ୍ୟ ଧାରଣାରେ ବସିଥିଲେ । କିନ୍ତୁ ଏବେ ଯାଏଁ ଆତ୍ମହତ୍ୟା ପ୍ରକୃତ ତଥ୍ୟ ପଦାକୁ ଆସିନାହିଁ । ହେଲେ ଏବେ ଘଟଣାର କିଛି ମାସ ପରେ ତତ୍ପର ହୋଇଉଠିଛି ଉଚ୍ଚଶିକ୍ଷା ବିଭାଗ । ଏବେ ଯାଏଁ ଘଟଣାରେ ତଦନ୍ତ ସ୍ଥିତି ନେଇ ରିପୋର୍ଟ ଦେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ମୁଖ୍ୟ ସଚିବ ।

Related Articles

Back to top button