କେରଳରେ ତାନ୍ତ୍ରୀକ ଦେଇଥିଲା ନର ବଳି: ହତ୍ୟା ପରେ ମାଂସ ରାନ୍ଧି ଖାଇଥିଲେ ଦମ୍ପତି, ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି ମାମଲାକୁ ନେଇ ପୁଲିସ୍ ଯାହା କହିଛି ତାହା ଯଦି ସତ୍ୟ ହୋଇଥାଏ ତାହେଲେ ସାଂଘାତିକ । ପୁଲିସ୍ କହିଛି ଯେ କୋଚିରେ ଧନ ପ୍ରାପ୍ତି ଆଶାରେ ଗୁଣିଗାରଡ଼ି ସନ୍ଦେହରେ ବଳିଦେବା ପାଇଁ ଜଣେ ମହିଳାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରାଯାଇଛି। ଖାଲି ହତ୍ୟା କରାଯାଇନାହିଁ । ତାଙ୍କର କିଛି ଅଙ୍ଗକୁ ରୋଷେଇ କରି ଖାଇଛନ୍ତି ଅଭିଯୁକ୍ତ ।
Prime accused Shafi used FB to find people with financial difficulties. He found Bhagaval Singh & Laila, a couple interested in human sacrifice. Shafi had used FB on his wife's phone but she didn't know: Kochi DCP S Sasidharan, chief investigator of Kerala 'human sacrifice' case pic.twitter.com/2QrnQopXqC
— ANI (@ANI) October 12, 2022
ପ୍ରଥମେ ମୃତକ ମହିଳାଙ୍କୁ ନିଖୋଜ ନେଇ ପରିବାର ଲୋକ ଥାନାରେ ମାମଲା କରିଥିଲେ । ପୁଲିସ୍ ପ୍ରାରମ୍ଭିକ ତଦନ୍ତ ଚଳାଉଥିବା ବେଳେ ସାମ୍ନାକୁ ଆସିଥିଲା ଏନେଇ ସମ୍ବେଦନଶୀଳ ଘଟଣା। ତାନ୍ତ୍ରୀକ ମହମ୍ମଦ ସାଫି ମଣିଷ ବଳି ଦେବା ପାଇଁ ଜଣେ ଦମ୍ପତିଙ୍କୁ ଆର୍ଥିକ ଲୋଭ ଦେଖାଇଥିଲେ । ରାତା ରାତି ଧନୀ ହେବା ପାଇଁ ମଣିଷ ବଳି ଦେବାକୁ ପଡ଼ିବ କହି ପ୍ରଥମେ ତାନ୍ତ୍ରୀକ ଏହି ଦମ୍ପତିଙ୍କୁ ବସିଭୁତ କରିଥିଲା। ପରେ ଗୋଟେ ପରେ ଆଉ ଗୋଟେ ମହିଳାଙ୍କୁ ବଳି ପକାଇଥିଲା ସାଫି । ଦୁଇଟି ମହିଳାଙ୍କୁ ବଳି ପକାଇଥିବା ସାଫି ମଧ୍ୟ ପୋଲିସ ଆଗରେ ସ୍ବୀକାର କରିଛି ।
ସୂଚନା ଅନୁଯାୟୀ, କେରଳ ଏର୍ଣ୍ଣାକୁଲମ ଜିଲ୍ଲାର ଏହି ଦମ୍ପତି ଧନ ପ୍ରାପ୍ତି ପାଇଁ ଦୁଇ ମହିଳାଙ୍କୁ ବଳି ଦେଇଥିଲେ । ଦୁଇ ମହିଳାଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୁଣ୍ଡ କାଟି ମୁଣ୍ଡ ବିହୀନ ମୃତଦେହକୁ ପୋତି ଦେଇଥିଲେ । ଗତ କିଛି ମାସ ତଳେ ଦୁଇ ମହିଳା ଏର୍ଣ୍ଣାକୁଲମ ଜିଲ୍ଲାର ପୃଥକପୃଥକ ସ୍ଥାନରୁ ନିଖୋଜ ଥିବା ନେଇ ଥାନାରେ ଏତଲା ଦାଖଲ ହୋଇଥିଲା । ତେବେ ପୋଲିସ ତଦନ୍ତରୁ ଉଭୟଙ୍କୁ ବଳି ଦେବା ଉଦ୍ଦେଶ୍ୟରେ ହତ୍ୟା କରାଯାଇ ମୁଣ୍ଡବହୀନ ମୃତଦେହକୁ ଦମ୍ପତି ପୋତି ଦେଇଥିବା ଜଣାପଡିଥିଲା ।
#WATCH: 'Human sacrifice' in Kerala | All three accused being brought out of Ernakulam District Sessions Court. All of them have been remanded to judicial custody till October 26.
The three accused had allegedly killed two women as 'human sacrifices' pic.twitter.com/UI6SDvbDCC
— ANI (@ANI) October 12, 2022
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ବଳି ଉଦ୍ଦେଶ୍ୟରେ ନିର୍ମମ ହତ୍ୟାର ଶିକାର ହୋଇଥିବା ଦୁଇ ମହିଳା ହେଲେ ରୋସେଲିନ ଓ ପଦ୍ମା । ଉଭୟ ଏର୍ଣ୍ଣାକୁଲମ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳର ବାସିନ୍ଦା । ଉଭୟଙ୍କ ବୟସ ପ୍ରାୟ ୫୦ହେବ । ରୋସେଲିନ ଜୁନ ମାସରୁ ନିଖୋଜ ଥିବା ବେଳେ ପଦ୍ମା ସପ୍ଟେମ୍ବର ମାସରୁ ନିଖୋଜ ରହିଥିଲେ । ପରେ ଉଭୟ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଭିନ୍ନ ଭିନ୍ନ ନିଖୋଜ ଅଭିଯୋଗ କରାଯାଇଥିଲା । ତେବେ ପୋଲିସ ବିଭିନ୍ନ ଦିଗରୁ ସେମାନଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ସେମାନଙ୍କୁ ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ।
ଏହି ଜଘନ୍ୟ ହତ୍ୟାକାଣ୍ଡର ୩ ଅଭିଯୁକ୍ତଙ୍କୁ ବୁଧବାର ଏର୍ଣ୍ଣାକୁଲମ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି । ଭାଗୱଲ ସିଂହ ଓ ତାର ପତ୍ନୀ ଲୈଲା ମହମ୍ମଦ ଶାଫି କଥାରେ ପଡ଼ି ସମ୍ପତ୍ତି ବୃଦ୍ଧି ଏହି ନାରକୀୟ କାଣ୍ଡ ଘଟାଇଛନ୍ତି । ଗତ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅକ୍ଟୋବର ୨୬ ତାରିଖ ଯାଏଁ ଏର୍ଣ୍ଣାକୁଲମ କୋର୍ଟ ଅଭିଯୁ୍କ୍ତଙ୍କୁ ବିଚାର ବିଭାଗୀୟ ହଜାତକୁ ପଠାଇ ଦେଇଛନ୍ତି ।