ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ

ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ୭.୧୫ରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି

ଭୁବନେଶ୍ବର: ଆରପାରିରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ। ଦୀର୍ଘଦିନ ଧରି ହାର୍ଟ ରୋଗରେ ପୀଡିତ ଥିଲେ ତିଳୋତ୍ତମା । କିଛିଦିନ ହେବ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ୭.୧୫ରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।

ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତ୍ରୀ ଭାବେ ତିଳୋତ୍ତମା ଜଣାଶୁଣା । ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ନିଖୁଣ ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ସେ ପରିଚିତ ଥିଲେ । ସିନେମା ହେଉ କି ଧାରାବାହିକ ସବୁଠି ଦେଖିବାକୁ ମିଳିଥିଲା ତାଙ୍କର ଅଭିନୟର ଯାଦୁଗରୀ । ସେ କଟକରେ ରହୁଥିଲେ । ତାଙ୍କ ସ୍ବାମୀ ନିର୍ଦ୍ଦେଶକ ହେମି ସାମଲ । ନାୟିକା ଦେବିକା ଅରୁନ୍ଧତୀଙ୍କର ସେ ମା’ । ତାଙ୍କର ଅକାଳ ବିୟୋଗ ଓଲିଉଡ଼ ଲାଗି ଏକ ଅପୂରଣୀୟ କ୍ଷତି ।

Related Articles

Back to top button