ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଉତ୍ତରାଖଣ୍ଡର ତିନି ଜଣ ପ୍ରଫେସର

ଡେରାଡୁନ: ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଉତ୍ତରାଖଣ୍ଡ ହେମବତୀ ନନ୍ଦନ ବହୁଗୁଣା ଗଡୱାଲ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ତିନି ଜଣ ପ୍ରଫେସରଙ୍କ ନାମ ରହିଛି । ସେମାନେ ହେଲେ ପ୍ରଫେସର ଆରକେ ମୈଖୁରୀ, ଡକ୍ଟର ଅଜୟ ସେମଲ୍ଟି ଏବଂ ପ୍ରଫେସର ଆରସି ରମୋଲା। ସେମାନେ ବିଶ୍ବର ଟପ୍ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପୁନର୍ବାର ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ଯାହାକି ଗଡୱାଲ ବିଶ୍ବବିଦ୍ୟାଳୟ ପାଇଁ ଏକ ବଡ ଉପଲବ୍ଧି ।

ଆରକେ ମୈଖୁରୀ ବିଶ୍ବବିଦ୍ୟାଳୟର ପରିବେଶ ବିଭାଗର ପ୍ରଫେସର । ସେହିପରି ଡକ୍ଟର ଅଜୟ ସେମଲ୍ଟି ଫାର୍ମାସୀ ବିଭାଗ ଏବଂ ଆରସି ରମୋଲା ଭୌତିକ ବିଜ୍ଞାନ ବିଭାଗର ସିନିୟର ପ୍ରଫେସର ଅଟନ୍ତି । ଗତ ୧୦ ତାରିଖରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ଟପ୍ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ଜାରି କରାଯାଇଛି । ପ୍ରଫେସର ଆରକେ ମୈଖୁରୀ ଓ ରମୋଲାଙ୍କ ନାମ ଦ୍ବିତୀୟ ଥର ପାଇଁ ତାଲିକାରେ ରହିଛି । ଡକ୍ଟର ଅଜୟ ସେମଲ୍ଟି ତୃତୀୟ ଥର ଟପ୍ ୨ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ରହିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Related Articles

Back to top button