ତ୍ରାହି ଅଚ୍ୟୁତ ନଗରର ୨୧ ଡୁପ୍ଲେକ୍ସ ଭାଙ୍ଗିବ ବିଡିଏ

ବାଲିପାଟଣା: ଭାଙ୍ଗିବ ତ୍ରାହି ଅଚ୍ୟୁତର ନଗରର ୨୧ ଡୁପ୍ଲେକ୍ସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଝିଣ୍ଟିସାସନ ଗାଁରେ ଥିବା ଏହି କୋଠାକୁ ଭଙ୍ଗାଯିବ । ଏନେଇ ବିଡିଏ, ସ୍ଥାନୀୟ ପ୍ରଶାସନ, ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ଝିଣ୍ଟିଶାସନ ଗାଁରେ ଥିବା ତ୍ରାହି ଅଚ୍ୟୁତ ନଗରର ୨୧ଟି ଡୁପ୍ଲେକ୍ସକୁ ଭାଙ୍ଗିବ ବିଡିଏ । ଏହି ସବୁ ଡୁପ୍ଲେକ୍ସ ବେଆଇନ୍‌ ଭାବେ ନିର୍ମାଣ ହୋଇଛି । ବିଡିଏର ବିନା ଅନୁମତିରେ ଏସବୁ ଡୁପ୍ଲେକ୍ସ ନିର୍ମାଣ ହୋଇଥିଲା । ବୁଧବାର  ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରି ଏହି ସୂଚନା ଦିଆଯାଇଥିଲା । ଆଉ ଏହି କ୍ରମରେ ସବୁ ଭଙ୍ଗାଯିବ ।

Related Articles

Back to top button