‘ଇଣ୍ଡିଆନ୍ ଅଫ୍ ଦି ଇୟର’ରେ ସମ୍ମାନିତ ହେଲେ ଅଲୁ ଅର୍ଜୁନ୍

ମୁମ୍ଵାଇ: ଅଭିନେତା ଅଲୁ ଅର୍ଜୁନ ସିନେମା ଜଗତରେ ଧମାଲ କରୁଛନ୍ତି । ଦିନକୁ ଦିନକୁ ବଢିବାରେ ଲାଗିଛି ତାଙ୍କ ଲୋକପ୍ରିୟତା।  ଅନ୍ୟପକ୍ଷରେ ତାଙ୍କ ହାତରେ ଅନେକ ସମ୍ମାନ ମଧ୍ୟ ସାମିଲ ହୋଇଛି। କିଛି ସମୟ ପୂର୍ବରୁ ନ୍ୟୁୟର୍କରେ ବାର୍ଷିକ ଭାରତୀୟ ଦିବସ ପ୍ୟାରେଡରେ ଗ୍ରାଣ୍ଡ ମାର୍ଶଲ ଭାବରେ ଦେଶକୁ ପ୍ରତିନିଧିତ୍ୱ କରିବାକୁ ଅଲୁ ଅର୍ଜୁନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ‘ପୁଷ୍ପା’ ଫେମ୍‌ ଅଭିନେତାଙ୍କୁ ‘ଇଣ୍ଡିଆନ୍ ଅଫ୍ ଦି ଇୟର’ ଭାବରେ ସମ୍ମାନିତ କରାଯାଇଛି। ଅଲୁ ଅର୍ଜୁନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ବହୁତ ପସନ୍ଦ କରାଯାଉଛି ।

ନିକଟରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯେଉଁଠାରେ ଅଲୁ ଅର୍ଜୁନଙ୍କୁ ମନୋରଞ୍ଜନ ଶିଳ୍ପ ପାଇଁ ‘ଇଣ୍ଡିଆନ୍ ଅଫ୍ ଦି ଇୟର’ ପୁରସ୍କୃତ କରାଯାଇଥିଲା। ଏହି ଇଭେଣ୍ଟରେ ଅଲୁ ଅର୍ଜୁନ କଳା ପୋଷାକରେ ବହୁତ ଷ୍ଟାଇଲିସ୍ ଦେଖାଯାଉଥିବା ବେଳେ ସୋସିଆଲ୍‌ ମିଡିଆରେ ତାଙ୍କ ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ଏହି ସମ୍ମାନ ଜିତିବା ପରେ ଅଲୁ କହିଚନ୍ତି, ୨୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛି। ମୁଁ ସାଉଥରେ ଅନେକ ପୁରସ୍କାର ପାଇଛି। ପ୍ରଥମ ଥର ପାଇଁ ମୁଁ ଉତ୍ତରରୁ କୌଣସି ପୁରସ୍କାର ପାଇଛି, ତେଣୁ ଏହା ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ।

କେବଳ ଏତିକି ନୁହେଁ, ଏହା ସହିତ ଅଲୁ ଅର୍ଜୁନ ‘ପୁଷ୍ପା’, ପୁଷ୍ପରାଜ, ଝୁକେଗା ନେହିଁ ଶାଲା’ର ଡାଏଲଗକୁ ଏକ ନୂଆ ଟ୍ଵିଷ୍ଟ ଦେଇ କହିଛନ୍ତି  ଇଣ୍ଡିଆ ସିନେମା … ଇଣ୍ଡିଆ କଭି ଝୁକେଗା ନେହିଁ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲୋକମାନେ ଅଲୁଙ୍କର ଏହି ସ୍ବାଗ ଦେଖି ଖୁବ୍‌ ପସନ୍ଦ କରିଥିଲେ।ସୂଚନାଯୋଗ୍ୟ ଯେ ଗତ ବର୍ଷ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା – ଦି ରାଇଜ୍’ ମୁକ୍ତିଲାଭ କରିଥିଲା ​​ଯାହା କେବଳ ସମାଲୋଚକମାନେ ନୁହେଁ ଦର୍ଶକଙ୍କ ଦ୍ଵାରା ମଧ୍ୟ ଭଲ ଭାବରେ ଗ୍ରହଣ କରାଯାଇଥିଲା।

Related Articles

Back to top button