ଥ୍ରିଲର୍‌ ଫିଲ୍ମ ‘ମିଲି’ରେ ନର୍ସ ଭୂମିକାରେ ଜାହ୍ନବୀ ନଜର ଆସିବେ

ଥ୍ରିଲର୍‌ ଫିଲ୍ମ ‘ମିଲି’ ଜରିଆରେ ବଡ଼ ପରଦାରେ ନଜର ଆସିବେ ଜାହ୍ନବୀ କପୁର । ବାପା ବୋନି କପୁରଙ୍କ ସହ ଏହା ହେବ ତାଙ୍କର ପ୍ରଥମ ଫିଲ୍ମ । ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଫିଲ୍ମର ଫାର୍ଷ୍ଟ-ଲୁକ୍‌ ପୋଷ୍ଟର୍‌ ଟିଜର ଶେୟାର କରିଛନ୍ତି । ଏଥିରେ ସେ ଫ୍ୟାନ୍‌ଙ୍କୁ ନିଜର ମିଲି ଚରିତ୍ର ସହ ପରିଚୟ କରାଇଛନ୍ତି । ଫିଲ୍ମରେ ସେ ଜଣେ ନର୍ସିଂ ସ୍ନାତକ ଚରିତ୍ରରେ ନଜର ଆସିବେ । ପୋଷ୍ଟର୍‌ ସହ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି ‘ଗୋଟିଏ ଘଣ୍ଟାରେ ତା’ର (ମିଲି) ଜୀବନ ପରିବର୍ତ୍ତନ ହେବାକୁ ଯାଉଛି ।’ ଆଉ ଏକ ପୋଷ୍ଟର୍‌ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍‌ ଭୟଭୀତ ଜଣାପଡୁଛନ୍ତି ।

ଏଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି ‘ବରଫ ପାଲଟିଯାଇଛି କିନ୍ତୁ କମ୍ପିନାହିଁ’ । ‘ମିଲି’ ହେଉଛି ୨୦୧୯ରେ ମୁକ୍ତିପ୍ରାପ୍ତ ମାଲାୟାଲମ୍‌ ଫିଲ୍ମ ‘ହେଲେନ୍‌’ର ରିମେକ୍‌ । ଜାତୀୟ ପୁରସ୍କାର ବିଜେତା ମାଥୁକୁଟ୍ଟୀ ଜାଭିୟର ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି । ଜାହ୍ନବୀଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସନ୍ନି କୌଶଲ ଓ ମନୋଜ ପହୱା ।  ଗତ ବର୍ଷ ଜାହ୍ନବୀ ‘ମିଲି’ର ସୁଟିଂ ଶେଷ କରି ସେଟ୍‌ରୁ କିଛି ଫଟୋ ଶେୟାର କରିଥିଲେ । ଏଥିସହ ଫିଲ୍ମ ଟିମ୍‌ ଓ ନିଜ ବାପାଙ୍କ ପାଇଁ ଏକ ସୁନ୍ଦର ପୋଷ୍ଟ୍‌ ବି ଲେଖିଥିଲେ । ଆସନ୍ତା ନଭେମ୍ବର ୪ ତାରିଖରେ ଥିଏଟର୍‌କୁ ଆସିବ ‘ମିଲି’ ।

Related Articles

Back to top button