ଓଆରଏଚଡିସି ଋଣ ଦୁର୍ନୀତି ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

କଟକ: ହାଇକୋର୍ଟରେ ମହମ୍ମଦ ମୋକିମଙ୍କ ମାମଲା । ଶୁଣାଣି ଶେଷ ହେବା ପରେ ରାୟକୁ ସଂରକ୍ଷିତ ରଖାଯାଇଛି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ଆବେଦନ କରିଛନ୍ତି ମୋକିମ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମହମ୍ମଦ ମୋକିମ । ତେବେ ହାଇକୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି ମୋକିମଙ୍କ ବିଧାୟକ ପଦ।

ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଋଣ ମାମଲାରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିଲେ ବିଧାୟକ । ମୋକିମଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏକ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ବଦଳରେ ଜାମିନ ପାଇଁ ସର୍ତ୍ତ ରଖିଲେ କୋର୍ଟ।

ଜୋରିମାନା ଆଦାୟ ଉପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ରାୟ ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଜବାବ ରଖିବାକୁ ପ୍ରତିପକ୍ଷ ସମୟ ମଗାଯାଇଥିଲା । ଆଜି କୋର୍ଟରେ ଏହି ମାମଲାର ଶୁଣାଣି ଥିବା ବେଳେ କୋର୍ଟ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ବିଧାୟକଙ୍କ ବିରୋଧରେ ଏହି ଦଣ୍ଡାଦେଶ ଆସିବା ପରେ ସେ ପ୍ରତିକ୍ରିୟା ରଖି ଏପରି କିଛି ହୋଇନଥିବା କହିଥିଲେ।

ବିଧାୟକ କହିଥିଲେ, “ବ୍ୟବସାୟ କରି ବିରୋଧୀ ଦଳରେ ରାଜନୀତି କଲେ ଏହି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ବ୍ୟାଙ୍କରୁ ଦେଢ କୋଟି ଟଙ୍କା ଋଣ ନେଇଥିଲୁ । କୋଟିଏ ୨୬ ଲକ୍ଷ ଟଙ୍କା ଶୁଝିଛୁ । ଆଇଏଏସ ବିନୋଦ କୁମାରଙ୍କୁ ଟାର୍ଗେଟ କରି ମୋତେ ଫସାଇଛନ୍ତି । କୌଣସି ପ୍ରକାର ଦୁର୍ନୀତି ହୋଇନି ” ବୋଲି ମୋକିମ କହିଥିଲେ । ଅନ୍ୟପଟେ ଆଇନ ଅନୁଯାୟୀ କୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେବା ପରେ ମୋକିମ ବିଧାୟକ ପଦରେ ନାହାନ୍ତି । ଜଣେ ବିଧାୟକ କିମ୍ବା ସାଂସଦ ଅବା ବିଧାନ ପରିଷଦର ସଭ୍ୟ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷ ବା ଏହାଠାରୁ ଅଧିକ ସମୟ ପାଇଁ କାରାଦଣ୍ଡରେ ଦଣ୍ଡିତ ହେଲେ ଦି ରିପ୍ରେଜେଣ୍ଟେସନ ଅଫ ଦି ପିପୁଲ୍ସ ଆକ୍ଟ ଅନୁଯାୟୀ ତାଙ୍କର ସଭ୍ୟ ପଦ ରଦ୍ଦ ହୋଇଥାଏ।

ଏହି କ୍ରମରେ ପ୍ରଥମେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ ଜୟଲଳିତା ଓ ପରେ ପରେ ଲାଲୁ ଯାଦବଙ୍କୁ ଏହି ଆଇନ ବଳରେ ନିଜ ନିଜର ସଭ୍ୟ ପଦ ହରାଇବାକୁ ପଡ଼ିଥିଲା । ଏହା ସହିତ ବାଚସ୍ପତି ବିଧାନସଭାର ସର୍ବୋଚ୍ଚ କର୍ତ୍ତା ହୋଇଥିଲେ ମଧ୍ୟ ତାଙ୍କ ହାତରେ ମଧ୍ୟ ମୋକିମଙ୍କୁ ସଭ୍ୟ ପଦକୁ କାୟମ ରଖିବାର କ୍ଷମତା ଉପରେ ସନ୍ଦେହ ପ୍ରକାଶ କରିବା ସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ହିଁ କାର୍ଯ୍ୟକାରୀ ହେବ ବୋଲି ମତ ପ୍ରକାଶ ପାଇଥିଲା।

Related Articles

Back to top button