ପୁଣିଥରେ ଭାରତରୁ ରପ୍ତାନୀ ହେବ ଖୁଦ, ଗତ ମାସରେ କେନ୍ଦ୍ର ସରକାର କରିଥିଲେ ବ୍ୟାନ୍‌

ନୂଆଦିଲ୍ଲୀ: ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ୮ ସେପ୍ଟେମ୍ୱର ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ୍‌ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି । ବୁଧବାର ଜାରି ଏକ ଅଧିସୂଚନାରୁ ଏହା ଜଣାପଡ଼ିଛି । ଗତ ମାସରେ ସରକାର ଖୁଦ ରପ୍ତାନୀକୁ ବ୍ୟାନ୍‌ କରଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ ୮ ସେପ୍ଟେମ୍ୱର ପୂର୍ବରୁ ଦିଆଯାଇଥିବା ଋଣ ପତ୍ର ଦ୍ୱାରା ସମର୍ଥିତ ୩,୯୭,୨୬୭ ଟନ୍‌ର ଖୁଦ ବାହାର ଦେଶକୁ ପଠାଇବାକୁ ଅନୁମତି ଦିଆଯଆଛି । ଗତ ମାସରେ ବ୍ୟାନ୍ ହେବାରୁ ବନ୍ଦରରେ ଏହି ଖୁଦ ବହୁତ ପରିମାଣରେ ଗଦା ହୋଇ ରହିଛି ।

ଭାରତ ବିଶ୍ୱରେ ସବୁଠାରୁ ବଡ଼ ଚାଉଳ ରପ୍ତାନୀ ଦେଶ । ଚାଉଳ ବ୍ୟାପାରରେ ସାରା ଦୁନିଆରେ ଭାରତ ଏକା ୪୦ ପ୍ରତିଶତ ଅଂଶ ପୂରଣ କରୁଛି । ୧୫୦ ଦେଶରୁ ଅଧିକ ଦେଶଙ୍କୁ ଭାରତ ଚାଉଳ ରପ୍ତାନୀ କରିଥାଏ । କିନ୍ତୁ ଦେଶର କିଛି ରାଜ୍ୟରେ ବର୍ଷା କମ୍‌ ପରିମାଣରେ ହେବାରୁ ଧାନ କ୍ଷେତ ସେତେଟା ଭଲ ହୋଇନାହିଁ । ତେଣୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିଲେ । ଏହା ସହିତ ସରକାର ଖୁଦ ବାସୁମତି ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନୀ କର ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ ।

Related Articles

Back to top button