ପୁରୁଷ ଅଭିଭାବକ ବିନା ମହିଳାମାନେ ଏକୁଟିଆ ମଧ୍ୟ କରିପାରିବେ ହଜ ଯାତ୍ରା

ମକ୍କା: ସାଉଦି ଆରବ ସରକାରଙ୍କ ପକ୍ଷରୁ ଶୁକ୍ରବାର ଏକ ଐତିହାସିକ ନିଷ୍ପତି ନିଆଯାଇଛି । ଆଗକୁ ମହିଳାମାନେ ପୁରୁଷ ଅଭିଭାବକଙ୍କ ବିନା ହଜ ଯାତ୍ରାରେ ଯାଇପାରିବେ । ହଜ ମନ୍ତ୍ରୀ ତାୱପିକ ବିନ ଫଓଜାନ ଅଲ ରବିୟାହ ଏହି ଘୋଷଣା କରିଛନ୍ତି । ମହିଳା ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି । ଏ ନେଇ ଆଂଟି ହାରସମେଂଟ ସିଷ୍ଟମର ବ୍ୟବସ୍ଥା କରାଯିବ । ପୂର୍ବରୁ ମହିଳା ଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ବାଧ୍ୟତାମୂଳକ ଥିଲା ।

ଏହା ଦ୍ୱାରା ଯାତ୍ରୀଙ୍କୁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିଲା । ଏହା ବ୍ୟତୀତ ଯେଉଁ ମହିଳାଙ୍କ ଅଭିଭାବକ ନ ଥିଲେ ସେ ଯାଇପାରୁ ନ ଥିଲେ । ସରକାରଙ୍କ ଏହି ନିଷ୍ପତି ପରେ ସାଉଦି ଆରବ ମହିଳାଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି ।

Related Articles

Back to top button