ଅଯୋଗ୍ୟ ହିତାଧିକାରୀଙ୍କ ବାତିଲ ହେବ ରାଶନ କାର୍ଡ

ନୂଆଦିଲ୍ଲୀ: ରାଶନ କାର୍ଡକୁ ନେଇ ସରକାର ନୂତନ ଆଦେଶ ଜାରି କରିଛନ୍ତି। ଅନ୍ତ୍ୟୋଦୟ ଓ ଖାଦ୍ୟ ସୁରକ୍ଷା ଯୋଜନାର ରାଶନ କାର୍ଡଧାରୀଙ୍କ ସଂଶୋଧନ ୩୦ ଦିନ ମଧ୍ୟରେ ଶେଷ କରିବାକୁ ଆଦେଶ ଦିଆଯାଇଛି। ଯାଞ୍ଚ ସମୟରେ ଅଯୋଗ୍ୟ ହିତାଧିକାରୀଙ୍କ ରାଶନ କାର୍ଡ ବାତିଲ ହେବ। ଏହାସହିତ ସେମାନଙ୍କ ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ କାର୍ଡ ତିଆରି କରି ସେମାନଙ୍କୁ ରାଶନ ଯୋଜନାର ସୁବିଧା ପ୍ରଦାନ କରାଯିବ। ହିତାଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ବ୍ୟକ୍ତିଗତ ସୂଚନା ସମୟ ସମୟରେ ବଦଳିବାରେ ଲାଗିଥାଏ। ଏହି ପରିପ୍ରେକ୍ଷୀରେ ରାଶନ କାର୍ଡରେ ଅଯୋଗ୍ୟ ହିତାଧିକାରୀ ସାମିଲ ହେବା ବିଷୟରେ ସମୟ ସମୟରେ ଅଭିଯୋଗ ମିଳିଥାଏ। ଅଯୋଗ୍ୟ ରାଶନ କାର୍ଡଧାରୀଙ୍କ ପାଇଁ ଏହି ଅଭିଯାନ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩’ ଅଧୀନରେ ଚାଲିଛି। ଅଯୋଗ୍ୟ ହିତାଧିକାରୀଙ୍କ ସ୍ଥାନରେ ଯୋଗ୍ୟ ବ୍ୟକ୍ତିଙ୍କୁ ରେସନ କାର୍ଡ ଦିଆଯିବ। ଏହିପରି ଅଭିଯାନ ଚଳାଇବାର ଉଦ୍ଦେଶ୍ୟ ହେଉଛି ହିତାଧିକାରୀ ତାଲିକାରୁ ଅଯୋଗ୍ୟ ଲୋକଙ୍କୁ ହଟାଇବା ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସୁଯୋଗ ପ୍ରଦାନ କରିବା। ଏହା ଅଧୀନରେ ଦିଆଯାଇଥିବା ସୂଚନା ଉପରେ ଆଧାର କରି ପରିବାର ସଦସ୍ୟଙ୍କ ସଂଖ୍ୟା, ବୟସ, ବାସସ୍ଥାନ ଇତ୍ୟାଦି ବିବରଣୀ ସଂଗ୍ରହ କରି ଏକ ଡାଟାବେସ୍ ପ୍ରସ୍ତୁତ କରାଯାଏ। କାର୍ଡଧାରୀଙ୍କ ମୃତ୍ୟୁ କିମ୍ବା ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଗଲେ ହିତାଧିକାରୀ ଅଯୋଗ୍ୟ ବିବେଚିତ ହେବେ।

Related Articles

Back to top button