ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ: ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ ୦-୩ ଗୋଲରେ ପରାସ୍ତ
ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ପୁଣି ଭାରତ ପରାଜିତ ହୋଇଛି । ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପରେ ରାତି ୮ଟାରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଫୁଟବଲ ଟିମ୍ ମରକ୍କୋଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି । ଉଭୟ ଟିମ୍ ପ୍ରଥମ ହାଫ୍ ଟାଇମ ଭିତରେ କୈାଣସି ଗୋଲ ସ୍କୋର କରିନଥିବା ବେଳେ ଦ୍ବିତିୟ ହାଫରେ ତିନିଟି ଗୋଲ ଦେଇଥିଲା ମରକ୍କୋ ଦଳ ।
FULL-TIME ⌛
That’s the end of the game tonight and Morocco seals the win and take away the 3️⃣ points against India.
🇮🇳 0-3 🇲🇦#INDMAR ⚔️ #U17WWC 🏆 #BackTheBlue 💙 #ShePower 👧 #IndianFootball ⚽ pic.twitter.com/nhVUlJoYVX
— Indian Football Team (@IndianFootball) October 14, 2022
ନିଜର ପ୍ରଥମ ମ୍ୟାଚରେ ଭାରତ ହାରିଥିବାରୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଥିଲେ ମଧ୍ୟ ଭାରତୀୟ ମହିଳା ଟିମ୍ ପରାସ୍ତ ହୋଇଛି । ମଙ୍ଗଳବାର ମଧ୍ୟ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଆମେରିକାଠାରୁ ୦-୮ ଗୋଲରେ ପରାସ୍ତ ହୋଇଥିଲା।