ଶୁଟିଂ ବିଶ୍ୱ ଚାମ୍ପିୟନଶିପ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତୀୟ ଶୁଟର ରୁଦ୍ରାକ୍ଷ ପାଟିଲ ଚାମ୍ପିୟନ

ନୂଆଦିଲ୍ଲୀ: ଇଜିପ୍ଟର କାହିରାରେ ଅନୁଷ୍ଠିତ ଶୁଟିଂ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ଶୁଟର ରୁଦ୍ରାକ୍ଷ ପାଟିଲ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଚାମ୍ପିୟନ ହୋଇଛନ୍ତି । ଅଭିନବ ବିନ୍ଦ୍ରାଙ୍କ ପରେ ସେ ଏହି ବିଭାଗରେ ଭାରତର ଦ୍ୱିତୀୟ ଶୁଟର ଭାବେ କୀର୍ତିମାନ ସ୍ଥାପନ କରିଛନ୍ତି । ଏଥିସହ ରୁଦ୍ରାକ୍ଷ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ କୋଟା ହାସଲ କରିଛନ୍ତି । ଫାଇନାଲରେ ସେ ଇଟାଲୀର ଡେନିସ ସୋଲାଜୋଙ୍କୁ ୧୭-୧୩ରେ ପରାସ୍ତ କରିଥିଲେ । ପ୍ରଥମରୁ ପଛୁଆ ରହିଥିବା ରୁଦ୍ରାକ୍ଷ ଶେଷ ଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଏହି ବର୍ଷ ବିଶ୍ୱ ଚାମ୍ପିୟନଶିପରେ ଅଲିମ୍ପିକ୍ସ ପାଇଁ ୪ କୋଟା ରହିଛି । ନିକଟରେ କ୍ରୋଏସିଆରେ ଅନୁଷ୍ଠିତ ଶଟଗନ ବିଶ୍ୱ ଚାମ୍ପିୟନଶିପରେ ଭୌନୀଶ ମେନ୍ଦେରିତା ଅଲିମ୍ପିକ୍ସ କୋଟା ହାସଲ କରିଥିଲେ ।

Related Articles

Back to top button