ୱେବ ସିରିଜ ଟ୍ରିପଲ ଏକ୍ସ ସିଜନ ୨କୁ ନେଇ ଏକତା କାପୁରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ମୁମ୍ବାଇ: ୱେବ ସିରିଜ ଟ୍ରିପଲ ଏକ୍ସ ସିଜନ ୨କୁ ନେଇ ଏକତା କାପୁର ଅଡୁଆରେ ପଡିଛନ୍ତି । ଏ ନେଇ ଦିନକୁ ଦିନ ତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଆଜି ସୁପ୍ରିମକୋର୍ଟ ଏକତାଙ୍କୁ ଭର୍ତ୍ସନା କରିବା ସହ ଯୁବ ପିଢ଼ୀଙ୍କୁ ପଥଭ୍ରଷ୍ଟ ନ କରିବା ପାଇଁ କହିଥିଲେ । ୨୦୨୦ରେ ବେଗୁସରାୟ କୋର୍ଟରେ ପୂର୍ବତନ ସୈନିକ ଶମ୍ଭୁ କୁମାର ଏହି ୱେବ ସିରିଜ ନେଇ ଅଭିଯୋଗ କରିଥିଲେ । ଏଥିରେ ଜଣେ ସୈନିକଙ୍କ ପତ୍ନୀଙ୍କୁ ଅତ୍ୟନ୍ତ ଖରାପ ଚରିତ୍ର ଭାବେ ଚିତ୍ରଣ କରା ଯାଇଥିଲା । ଏଥିରେ ଅନେକ ଆପତିଜନକ ଦୃଶ୍ୟ ମଧ୍ୟ ଥିଲା । ଏଥିରେ ସୈନିକଙ୍କ ପରିବାରର ମାନ ତଳେ ପଡିଥିବା ଅଭିଯୋଗକାରୀ ଉଲ୍ଲେଖ କରିଥିଲେ ।

ଏକତାଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢ଼ିଥିଲେ, ଜଣେ ଓଟିଟି ସବସ୍କ୍ରାଇବ କରିବା ସହ ଏହି ଫିଲ୍ମ ଦେଖିବାକୁ ଚାହିଁଲେ ଦେଖିପାରିବ, ଅନ୍ୟଥା ନୁହେଁ । ଆମ ଦେଶରେ ପସନ୍ଦ ମୁତାବକ ଉପଭୋଗ କରିବା ପାଇଁ ସ୍ୱାଧୀନତା ରହିଛି । ଜବାବରେ କୋର୍ଟ କହିଥିଲେ ଏକତା ପ୍ରତିଷ୍ଠିତ ଏବଂ ବିତଶାଳୀ । ସେ ଆପଣଙ୍କ ଭଳି ଜଣେ ବରିଷ୍ଠ ଓକିଲଙ୍କୁ କେସ ଦେଇପାରିବେ । କିନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ।

Related Articles

Back to top button