ଡ. ପତିତପାବନ ମହାନ୍ତି ଏନ୍‌ଆଇଏଲ୍‌ଡିର ନିର୍ଦ୍ଦେଶକ ହେଲେ

କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ କୋଲକାତାସ୍ଥିତ ରାଷ୍ଟ୍ରୀୟ ଗତିଶୀଳ ଦିବ୍ୟାଙ୍ଗଜନ ସଂସ୍ଥାନ (ଏନ୍‌ଆଇଏଲ୍‌ଡି)ର ନିର୍ଦ୍ଦେଶକ ଦାୟିତ୍ୱ ଡକ୍ଟର ପତିତପାବନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି। କଟକ ଜିଲ୍ଲାର ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଡକ୍ଟର ମହାନ୍ତି ଗତ ଗୁରୁବାର କୋଲକାତାଠାରେ ଏହି ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ଚିଠି ଅନୁସାରେ ସେ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ। ଭୌତିକ ଚିକିତ୍ସା (ଫିଜିଓଥେରାପି) କ୍ଷେତ୍ରରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଡକ୍ଟର ମହାନ୍ତିଙ୍କ ନୂତନ କାର୍ଯ୍ୟଭାର ଗ୍ରହଣକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଇଛି।

Related Articles

Back to top button