ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ: ହାଇଦ୍ରାବାଦ ଯାଇ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ

ଭୁବନେଶ୍ୱର: ଆଜି (ଅକ୍ଟୋବର ୧୬) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୬ ବର୍ଷରେ ପାଦ ଥାପିଲେ ନବୀନ। ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ମୁଖ୍ୟମନ୍ତ୍ରୀ ରବିବାର ହାଇଦ୍ରାବାଦ ଅଭିମୁଖେ ଯିବେ। ସେଠାରେ ନବୀନ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ ଅନ୍ତିମ ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ।

FICCI ସହଯୋଗରେ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦରେ ଜଣଙ୍କ ପରେ ଜଣେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ନବୀନ ହୋଟେଲ ତାଜ କ୍ରିଷ୍ଣାରେ ଇନଭେଷ୍ଟର୍ସଙ୍କ ସହିତ କଥା ହେବେ। ଓଡ଼ିଶାରେ ଶିଳ୍ପ କଲେ କଣ କଣ ସୁବିଧା ମିଳିବ କହିବେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଏହି ହାଇଦ୍ରାବାଦ ଗସ୍ତ ବେଳେ ସାଙ୍ଗରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ଯିବେ । ଏହା ପୂର୍ବରୁ ସେପ୍ଟେମ୍ବର ୨୮ରେ ବେଙ୍ଗଳୁରୁରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ ।

Related Articles

Back to top button