୬ ମାସ ମହାକାଶ ଯାତ୍ରା କରି ଫେରିଲେ ସ୍ପେସ୍ ଏକ୍ସର ୪ ମହାକାଶଚାରୀ

ୱାଶିଂଟନ: ୬ ମାସର ସ୍ପେସ୍ ଷ୍ଟେସନ୍ ମିଶନ୍ ଶେଷ କରିବା ପରେ ପୃଥିବୀକୁ ଫେରିଲେ ଚାରିଜଣ ମହାକାଶଚାରୀ। ଶୁକ୍ରବାର ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀକୁ ଫେରି ଫ୍ଲୋରିଡା ନିକଟ ଆଟଲାଣ୍ଟିକରେ ପହଞ୍ଚିବା ପରେ ମହାକାଶଚାରୀମାନେ ଏହି ମିଶନକୁ ସମାପ୍ତ କରିଛନ୍ତି । ଖବର ଅନୁଯାୟୀ ବହୁ ପୂର୍ବରୁ ସେମାନେ ପୃଥିବୀ ପୃଷ୍ଠକୁ ଫେରିବାର ଯୋଜନା ହୋଇଥିଲା, ମାତ୍ର ଫ୍ଲୋରିଡାରେ ଖରାପ ପାଗ କାରଣରୁ ବିଳମ୍ବରେ ସେମାନଙ୍କ ଅବତରଣ ହୋଇଛି ।

ସ୍ପେସ୍ଏକ୍ସ ଏବଂ ନାସା ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ତିନି ଆମେରିକୀୟ ଏବଂ ଜଣେ ଇଟାଲୀୟ ଏପ୍ରିଲରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ସେମାନଙ୍କ ମହାକାଶ ଯାତ୍ରା ଆରମ୍ଭ କରିଥିଲେ । ଏମାନେ ଦୀର୍ଘ 6 ମାସର ଯାତ୍ରା ପରେ ଶେଷରେ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ପ୍ରାୟ ପାଞ୍ଚ ଘଣ୍ଟା ପରେ ଫ୍ଲୋରିଡାର ଜ୍ୟାକସନଭିଲଠାରୁ କିଛି ଦୂରରେ କ୍ୟାପସୁଲ ସମୁଦ୍ରରେ ପାରାଚ୍ୟୁଟ୍ ହୋଇଥିଲା । ନାସାର ମହାକାଶଚାରୀ କେଜେଲ ଲିଣ୍ଡଗ୍ରେନ୍, ବବ୍ ହାଇନ୍ସ, ଜେସିକା ୱାଟକିନ୍ସ(ଦୀର୍ଘ ଦିନର ସ୍ପେସ୍ ଫ୍ଲାଇଟ୍ ସଂପୂର୍ଣ୍ଣ କରିଥିବା ପ୍ରଥମ ବ୍ଲାକ୍ ମହିଳା) ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସିର ସମନ୍ଥା କ୍ରିଷ୍ଟୋଫୋରେଟି ମହାକାଶ ଯାତ୍ରା କରିଥିଲେ ।

ଯାଞ୍ଚ ପ୍ରକ୍ରିୟା ପୂର୍ବରୁ ଜ୍ୟୋତିର୍ବିଜ୍ଞାନୀମାନେ କହିଥିଲେ ଯେ, ‘ବରଫ ମିଶ୍ରିତ ଥଣ୍ଡା ପାନୀୟ ପିଇବା, ପିଜା ଖାଇବା, ଗାଧୋଇବା, ପୃଥିବୀ ପୃଷ୍ଠର ପ୍ରକୃତିକୁ ଉପଭୋଗ କରିବା ଏବଂ ପରିବାର ବର୍ଗଙ୍କ ସହ ସାକ୍ଷାତ କରିବା ପାଇଁ ଆଉ ଅପେକ୍ଷା କରିହେଉନାହିଁ ।’ ସପ୍ତାହ ପୂର୍ବରୁ ହାଇନ୍ସ ଗଣମାଧ୍ୟମକୁ କହିଥିଲେ ଯେ, ଆମେ ଫେରିବା ପରେ ଆଲିଙ୍ଗନ କରିବା ବେଶ ଚମତ୍କାର ରହିବ ।

Related Articles

Back to top button