କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି ନିର୍ବାଚନ ଲଢ଼ିବେ ଗାଙ୍ଗୁଲି

କୋଲକାତା: ନାଟକୀୟ ଢ଼ଙ୍ଗରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ପଦରୁ ହଟିବା ପରେ ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ଗାଙ୍ଗୁଲି ଆଗକୁ କିଛି ବଡ କରିବା ନେଇ ସୂଚନା ଦେଇଥିଲେ । ତେବେ ଏକ ରିପୋର୍ଟ ମୁତାବକ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲର ସଭାପତି ନିର୍ବାଚନ ଲଢ଼ିବା ପାଇଁ ମନ ବଳେଇଛନ୍ତି । ଅବଶ୍ୟ ସେ ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ୨୦୧୫ରେ ଜଗମୋହନ ଡାଲମିଆଙ୍କ ମୃତ୍ୟୁ ପରେ ଗାଙ୍ଗୁଲି ଏହି ଦାୟିତ୍ୱ ତୁଲାଇଥିଲେ

ଏହା ପରେ ୨୦୧୯ରେ ସେ ବିସିସିଆଇ ସଭାପତି ହୋଇଥିଲେ । ଗାଙ୍ଗୁଲିଙ୍କ ପରେ ଡାଲମିଆଙ୍କ ପୁଅ ଅଭିଷେକ ସଭାପତି ହୋଇଥିଲେ । ନଭେମ୍ବରରେ ସିଏବି ନିର୍ବାଚନ ହେବାକୁ ଅଛି । ଦେଖାଯାଉ ଗାଙ୍ଗୁଲି ଏହି ନିର୍ବାଚନକୁ ଓହ୍ଲାଉଛନ୍ତି କି ନାହିଁ ।

Related Articles

Back to top button