ହିଜାବ ଆନ୍ଦୋଳନକୁ ସମର୍ଥନ କଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ତେହେରାନ: ଇରାନରେ ହିଜାବ ନ ପିନ୍ଧିବାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଦେଶବ୍ୟାପୀ ବିରୋଧକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଇରାନରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ସାହସ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନାସିର କାନାନି ଏଥିରେ ଆପତ୍ତି କରିଛନ୍ତି। ସେ କହିଛନ୍ତି, ବାଇଡେନ ଏହି ଦଙ୍ଗାକୁ ସମର୍ଥନ କରି ଇରାନର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିଛନ୍ତି। ନିକଟ ଅତୀତରେ ଆମେରିକା ପ୍ରଶାସନ ଅନେକ ଉପାୟରେ ଇରାନରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛି।

ସୂଚନାଯୋଗ୍ୟ, ୧୬ ସେପ୍ଟେମ୍ବରରେ ହିଜାବକୁ ନେଇ ମହସା ଅମିନିଙ୍କ ମୃତ୍ୟୁ ପରେ ଲୋକମାନେ କ୍ରମାଗତ ଭାବରେ ଇରାନରେ ପ୍ରଦର୍ଶନ କରୁଛନ୍ତି। ଗତ କିଛି ଦିନ ହେବ ସାରା ବିଶ୍ୱରେ ହିଜାବ ଏବଂ ବୁର୍ଖା ବିଷୟରେ ଅନେକ ଆଲୋଚନା ହେଉଛି।

Related Articles

Back to top button