ମୋତିଆବିନ୍ଦୁର ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଦିନ ୧୧ଟା ୩୦ରେ ତାଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି।

ସେନା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ସର୍ଜରୀ କରାଯାଇଥିଲା। ଏହା ପରେ ତାଙ୍କୁ ମଧ୍ୟାହ୍ନ ୧.୩୦ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏବେ ସର୍ଜରୀ ପରେ ରାଷ୍ଟ୍ରପତିଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Related Articles

Back to top button