ଅଭ୍ୟାସ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ

ବ୍ରିସବେନ୍‌ : ଅଭ୍ୟାସ୍‌ ମ୍ୟାଚ୍‌ ଜିତିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୬ ରନ୍‌ରେ ହରାଇଲା ମେନ୍‌ ଇନ୍‌ ବ୍ଲୁ । ଅଷ୍ଟ୍ରେଲିଆର ବ୍ରିସେବେନ୍‌ର ଗାବା ଷ୍ଟାଡିୟମ୍‌ରେ ଚାଲିଥିବା ଅଭ୍ୟାସ୍‌ ମ୍ୟାଚକୁ ରୋମାଞ୍ଚକ ଅନ୍ଦାଜରେ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ ।

ସୋମବାର ଅନୁଷ୍ଠିତ ହୋଇଥିବା ଏହି ଅଭ୍ୟାସ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍‌ । ଏବଂ ଭାରତୀୟ ଟିମ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲେ । ୨୦ ଓଭର ବିଶିଷ୍ଠ ଏହି ଅଭ୍ୟାସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟସମ୍ୟାନ୍‌ ରୋହିତ ଶର୍ମା ଓ କେଏଲ୍‌ ରାହୁଲ । ୭.୨ ବଲ୍‌ରେ ଦଳୀୟ ସ୍କୋର ୭୮ ରନ୍‌ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆକୁ ଲାଗିଥିଲା ପ୍ରଥମ ଝଟ୍‌କା । କେଏଲ୍‌ ରାହୁଲ ୩୩ ବଲ୍‌ରେ ଧୂଆଧାର୍‌ ୫୭ ରନ୍‌ର ପାଳି ଖେଳି ମ୍ୟାକ୍ସଓ୍ୱେଲ୍‌ଙ୍କ ଶୀକାର ହୋଇଥିଲେ । ଏହା ପର ଓଭରରେ ଅଧିନାୟକ ମଧ୍ୟ ଫେରିଥିଲେ ପ୍ୟାଭିଲନ୍‌ । ଏହାପରେ ସୂର୍ଯ୍ୟକୁମାର ଯାଦବଙ୍କ ୫୦ ରନ୍‌ର ଦମ୍‌ଦାର ଇନିଂସ, କୋହଲିଙ୍କ ୧୯ରନ୍‌, କାର୍ତ୍ତିକଙ୍କ ୨୦ ରନ୍‌ ବଦଳରେ ଟିମ୍‌ର ମୋଟ ସ୍କୋର ୧୮୬ରେ ପହଞ୍ଚିବା ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ କେନ୍‌ ରିଚାର୍ଡସନ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଷ୍ଟାର୍କ,ମାକ୍ସଓ୍ୱେଲ, ଆଗର ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ତେବେ ୧୮୭ ରନ୍‌ର ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର । ମିଚେଲ ମାର୍ଶ ଓ ଆରୋନ ଫିଞ୍ଚ ଦଳ ପାଇଁ ଭଲ ଆରମ୍ଭ ମଧ୍ୟ କରିଥିଲେ । ୫.୪ଟା ବଲ୍‌ରେ ଦଳ ୪୧ ରନ୍‌ ହାସଲ କରିଥିବା ବେଳେ ଲାଗିଲା ପ୍ରଥମ ଝଟ୍‌କା । ୩୫ ରନ୍‌ ମିଶେଲ୍‌ ମାର୍ଶ ଭୁବନେଶ୍ୱର କୁମାର ଶିକାର ହୋଇଥିଲେ । ଏହାପରେ ଲଗାତର ଅନ୍ତରାଳ ଭାବରେ ପଡିଯାଇଥିଲା ଓ୍ୱିକେଟ୍‌ । ଅଧିନାୟକ ଆରୋନ ଫିଞ୍ଚ୍‌ କେବଳ ଲଢୁଆ ୭୬ରନର ପାରି ଖେଳିଥିଲେ । ହେଲେ ତାମଧ୍ୟ ଅଷ୍ଟ୍ରେଲିଆ ପାଇଁ ସକ୍ଷମ ହୋଇନଥିଲା । ଶେଷରେ ମୋଟ ୨୦ ଓଭରରେ ପୁରା ଟିମ୍‌ ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି । ଯାହାଫଳରେ ଟିମ୍‌ ଇଣ୍ଡିଆ ୬ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।

Related Articles

Back to top button