ଜେଲରେ ରହିବେ ବ୍ଲାକମେଲର ଅର୍ଚ୍ଚନା, ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନାର ଜାମିନ୍ ଆବେଦନ ଖାରଜ ହୋଇଛି । ଭୁବନେଶ୍ୱର SDJM କୋର୍ଟ ସୋମବାର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନ ଖାରଜ କରି ଦେଇଛନ୍ତି । ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ଅକ୍ଟୋବର ୬ରେ ଗିରଫ ପରେ ଜେଲରେ ରହିଛି । ଅର୍ଚ୍ଚନା ନାଗ ତା ନାଗ ଫାସରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ରାଜନେତା, ଫିଲ୍ମ ପ୍ରଯୋଜକଙ୍କୁ ଫସାଇ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ନେଇଛି ।

ଅକ୍ଟୋବର ୧୪ ତାରିଖରେ କୋର୍ଟରେ ଜାମିନ୍ ଆବେଦନ କରିଥିଲେ ଅର୍ଚ୍ଚନାଙ୍କ ଓକିଲ । କୋର୍ଟ ଜାମିନ୍ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସୁରକ୍ଷା ଦୃଷ୍ଟିରୁ ସେତେବେଳେ ପୋଲିସ ଅର୍ଚ୍ଚନାଙ୍କୁ କୋର୍ଟ ଆଣି ନଥିବା ବେଳେ ଝାରପଡ଼ା ଜେଲରୁ ଭିସିରେ ହାଜର ହୋଇଥିଲେ ଅର୍ଚ୍ଚନା ।

ସରକାରୀ ଓକିଲ ଅର୍ଚ୍ଚନାଙ୍କ ବେଲକୁ ବିରୋଧ କରିଥିଲେ । ଅନ୍ୟପଟେ ଅର୍ଚ୍ଚନାଙ୍କ ଓକିଲ କହିଥିଲେ ତାଙ୍କ ମହକିଲଙ୍କୁ ରାଜନୈତିକ ମୋହରା କରି ଫସା ଯାଇଛି । ତାଙ୍କ ଉପରେ ଲାଗିଥିବା ଆଇପିସି ଧାରା ୩୫୪ ପ୍ରଯ୍ୟୁଜ ନୁହେଁ ।

ତେବେ ୨୦୧୮ରୁ ୨୦୨୨ ମାତ୍ର ୪ ବର୍ଷ ଭିତରେ ଅର୍ଚ୍ଚନା କିଭଳି ୩୦ କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ହେଲେ ତାହା ସନ୍ଦେହ ସୃଷ୍ଟି କରିଛି । ରାଜନେତା, ବ୍ୟବସାୟୀ ଓ ଫିଲ୍ମ ପ୍ରଯୋଜକଙ୍କୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରି ବ୍ଲାକମେଲ ଧନରେ ଏତେ ବଡ଼ ସାମ୍ରାଜ୍ୟ ଗଢ଼ିଛି ।

କୁହାଯାଉଛି ଅର୍ଚ୍ଚନାଙ୍କ ନାଗଫସରେ ଅତି କମରେ ୨ ଜଣ ମନ୍ତ୍ରୀ ଯେଉଁଥିରେ ପଶ୍ଚିମରୁ ଓଡ଼ିଶାରୁ ଜଣେ ଏବଂ ପଶ୍ଚିମ ଓଡ଼ିଶାର ଜଣେ ବରିଷ୍ଠ ବିଜେପି ନେତା ଫସିଛନ୍ତି । ଏପରିକି ଶାସକ ଦଳର କିଛି ନେତାଙ୍କ ସହ କିଛି ବରିଷ୍ଠ ଅଧିକାରୀ ଅର୍ଚ୍ଚନା ହନିଟ୍ରାପର ଶିକାର ହେଉଥିବା ଚର୍ଚ୍ଚା ହେଉଛି ।

Related Articles

Back to top button