ଶ୍ରୀମନ୍ଦିରରେ ମହାପ୍ରସାଦ ଦରକୁ ନେଇ ଭକ୍ତ ଅସନ୍ତୋଷ

ପୁରୀ : ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ। ଶ୍ରୀମନ୍ଦିରରେ ଲାଗି ରହିଛି ଗହଳି ଚହଳି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଯେତିକି ଗହଳିଚହଳି ହୋଇଥାଏ ତା ଠାରୁ ବେଶୀ ଗହଳିଚହଳି ହୋଇଥାଏ ଆନନ୍ଦ ବଜାରରେ । କାରଣ ମହାପ୍ରସାଦର ଚାହିଦା କାର୍ତ୍ତିକ ମାସରେ ବେଶୀ ରହିଥାଏ। କିନ୍ତୁ ଏବେ ମହାପ୍ରସାଦ କ୍ରୟରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ନିର୍ଦ୍ଧାରିତ ଦର ଠାରୁ ବେଶ୍ ଚଢା ଦରରେ ମହାପ୍ରସାଦ ବିକ୍ରୟ କରୁଥିବାରୁ ଅସନ୍ତୋଷ ହେଉଛନ୍ତି ଭକ୍ତ।

କିଛି ଦଲାଲ୍ ଶ୍ରୀମନ୍ଦିର ଭିତରେ ସୁଆର ମାନଙ୍କ ଠାରୁ ମହାପ୍ରସାଦ କ୍ରୟ କରି ଭକ୍ତଙ୍କୁ ଚଢା ଦରରେ ବିକୁଥିବା ଖୋଦ୍ ସୁଆର ମହାସୁଆର ନିଯୋଗ ସଭାପତି ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ୨୦୧୯ ରେ  ସୁପ୍ରିମକୋର୍ଟ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ମହାପ୍ରସାଦର ଦର ନିର୍ଦ୍ଧାରଣ କରି ରେଟ୍ ଚାଟ୍ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମହାପ୍ରସାଦର ଦର ନିର୍ଦ୍ଧାରଣ ପାଇଁ ଦୁଇ ଦୁଇଥର ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଥିଲେ ମଧ୍ୟ ଏଯାବତ୍ ତାହା ଫେଲ୍ ମାରିଛି।

Related Articles

Back to top button